ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ! ମେ ଦ୍ୱିତୀୟ ସପ୍ତାହରେ ବାହାରିବ ବିଜ୍ଞାନ ପରୀକ୍ଷାଫଳ

28

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା ଖାତା ଦେଖା । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଖାତା ଏକାସାଙ୍ଗରେ ଦେଖା ଆରମ୍ଭ ହେବ । ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏକ ଲକ୍ଷ ୨୦ ହଜାର ପିଲାଙ୍କ ଖାତାର ଇ-ମୂଲ୍ୟାୟନ ପାଇଁ ୩୨ଟି କେନ୍ଦ୍ର କରାଯାଇଛି । ସେହିପରି କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ମୋଟ ୧୩ ଲକ୍ଷ ଖାତା ମାନୁଆଲ ମୂଲ୍ୟାୟନ ପାଇଁ ୫୧ଟି କେନ୍ଦ୍ର ରହିଛି ।

ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୫ରୁ ୧୪ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ୨୭ ପର୍ଯ୍ୟନ୍ତ ଖାତା ଦେଖା ହେବ । ଏଥିପାଇଁ ମୋଟ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି । ଏପ୍ରିଲରେ ଖାତା ଦେଖା କାମ ଶେଷ କରି ମେ ମାସ ଦ୍ୱିତୀୟ ସପ୍ତାହରେ ବିଜ୍ଞାନ ଓ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ କରିବା ପାଇଁ ସମୟ ଧାର୍ଯ୍ୟ କରିଛି ଯୁକ୍ତ ଦୁଇ ପରିଷଦ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –