ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ ! ଚଳିତ ବର୍ଷ ପାସହାର ୮୧.୧୧ ପ୍ରତିଶତ

23

କନକ ବ୍ୟୁରୋ : ପ୍ରକାଶ ପାଇଛି ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ପାସ ହାର ରହିଛି ୮୧..୧୧  ପ୍ରତିଶତ । ୯୦ ହଜାର ୬୪୩ ଜର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୭୩ ହଜାର ୫୨୩ । ପ୍ରଥମ ଶ୍ରେଣୀରେ ୧୯ ହଜାର ୮୭ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୬ ହଜାର ୩୨୨ , ତୃତୀୟ ଶ୍ରେଣୀରେ ୨୭ ହାଜର ୫୯୭ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି ।

ବାଲେଶ୍ୱର ସର୍ବାଧିକ ପାସ ହାଜର ୯୩.୬୧ ପ୍ରତିଶତ ଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ୫୦.୫୧ ପ୍ରତିଶତ ରହିଛି । ୮୦.୨୯ ପ୍ରତିଶତ ଛାତ୍ର ଓ ୮୨.୩୬ ପ୍ରତିଶତ  ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଏହା ସହ ୩ ଟି କଲେଜରେ କେହି ଛାତ୍ରଛାତ୍ରୀ ପାସ କରିନାହାନ୍ତି । ବିନାୟକ ଜୁନିୟର କଲେଜ ଜୟପୁର, କ୍ରିଷ୍ଣାପ୍ରସାଦ ମହିଳା ମହାବିଦ୍ୟାଳୟ ଦଶପଲ୍ଲା ଓ ପୁରୀର ତପୋବନ ଜୁନିୟର କଲେଜରେ ଫଳ ଶୂନ ରହିଛି ।