ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ : ଲାଲ କରିଡରରେ ହାଇ ଆଲର୍ଟ ଜାରି

21

ରାୟଗଡା : ଡିସେମ୍ବର ୨ ରୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ ପାଇଁ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ସେପଟେ ସୁରକ୍ଷାକୁ ନଜରରେ ରଖି ପୁଲିସ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ମାଓପ୍ରଭାବିତ କଲ୍ୟାଣସିଂହପୁର, ମୁନିଗୁଡା ବିଷମକଟକ, କାଶିପୁର ଅଂଚଳରେ ଆଲର୍ଟ ଜାରି କରାଯିବା ସହ କମ୍ବିଂକୁ ଜୋରଦାର କରାଯାଇଛି ।

ସିଆରପିଏଫ, ବିଏସଏଫ, ଡିଭିଏଫ୍ ଓ ଏସଓଜି ଯବାନଙ୍କୁ ନିୟୋଜିତ କରାଯାଇଛି । ପିଏଲଜିଏ ସପ୍ତାହ ପାଇଁ ଟ୍ରେନ ଚଳାଚଳ ଉପରେ କଡା ନଜର ରଖାଯାଇଛି । ସେପଟେ ମାଓ ପ୍ରବଣ ଅଂଚଳରେ ସରାରୀ ଗାଡି ଚଳାଚଳ ବନ୍ଦ ରହିଛି  ।