ଅନଲାଇନ୍ ଗେମ୍ ପହଂଚାଇଲା ହସପିଟାଲ : ୧୦ ଦିନ ଲଗାତାର PUBG ଖେଳି ପହଂଚିଲେ ହସପିଟାଲ । ଜାଣନ୍ତୁ ପୁରା ମାମଲା

12,406

ଆବଶ୍ୟକତା ଠାରୁ ଅଧିକ କୌଣସି ବି ଜିନିଷର ଅଭ୍ୟାସ ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏମିତି ଏକ ମାମଲା ସାମନାକୁ ଅନଲାଇନ ଗେମିଙ୍ଗ ସେଗମେଣ୍ଟ ର ଦୁନିଆରେ ନିଜର ଭିନ୍ନ ପରିଚୟ ତିଆରି କରିସାରିଥିବା ପବଜି(PUBG) ବିଷୟରେ ଆସିଛି । ସୂଚନା ମୁତାବକ, ଜମ୍ମୁରେ ରହୁଥିବା ଜଣେ ଫିଜିକାଲ ଟ୍ରେନରଙ୍କୁ ଏହି ଗେମର ନିଶା ଏମିତି ଲାଗିଲା କି ତାଙ୍କୁ ହସପିଟାଲ ଯିବାକୁ ପଡିଲା । ପୂର୍ବରୁ ବି ଏମିତି ଗେମ୍ ଖେଳିବା ନିଶା କାରଣରୁ ଅନେକଙ୍କୁ ହସପିଟାଲ ଯିବାକୁ ପଡିଛି । ଜାଣନ୍ତୁ ପୁରା ମାମଲା ।

ପ୍ରକୃତରେ ଜମ୍ମୁ–କାଶ୍ମୀରରେ ରହୁଥିବା ଫିଜିକାଲ ଟ୍ରେନରଙ୍କୁ ଏହି ଗେମର ନିଶା ଏମିତି ଲାଗିଲା କି ସେ ଲଗାତାର ୧୦ ଦିନ ପର୍ଯ୍ୟନ୍ତ ଗେମ୍ ଖେଳିବାକୁ ଲାଗିଲେ । ଏହି ସମୟରେ ସେ ନିଜର ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଲା । ୧୦ ଦିନ ପୂର୍ବରୁ ଏହି ବ୍ୟକ୍ତି ପବଜି ଗେମ୍ ଖେଳିବା ଆରମ୍ଭ କରିଥିଲେ । ଗେମ୍ ଖେଳିବା ସମୟରେ ଶେଷ ରାଉଣ୍ଡ ପୁରା କରିବା ପରେ ସେ ନିଜକୁ ଆଘାତ ପହଂଚାଇବା ଆରମ୍ଭ କରିଦେଲେ ଓ ସେ ସଂପୂର୍ଣ୍ଣ ରୂପେ ଆହତ ହୋଇଗଲେ । ଯାହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା । ଡାକ୍ତରଙ୍କ କହିବାନୁସାରେ, ରୋଗୀ ଅବସ୍ଥା ଏବେ ବି ଗମ୍ଭୀର ରହିିଛି । ସେ ନିଜ ଲୋକଙ୍କୁ ଚିହ୍ନୁଥିଲେ ବି ତାଙ୍କ ମୁଣ୍ଡ ଠିକରେ କାମ କରୁନି ।