ଯଦି ଆପଣ ନିଜକୁ ଅତି ଚତୁର ବୋଲି ମନେ କରନ୍ତି ତେବେ କୁହନ୍ତୁ କେଉଁ କପଟି ପ୍ରଥମେ କଫିରେ ପୂର୍ଣ୍ଣ ହେବ ।

83

ଆମେ ଆପଣଙ୍କୁ ଉପରେ ଏକ ଚିତ୍ର ଦେଖାଇଛୁ । ଏହି ଚିତ୍ରରେ କେତୋଟି କପ ରଖାଯାଇଛି ଏବଂ ଏହି କପ ଉପରେ ଟ୍ୟାପ ଲଗାଯାଇ ସେଥିରେ କଫି ଢଳା ଯାଉଛି । ତେବେ ଆପଣଙ୍କୁ ଏହି ଚିତ୍ରକୁ ଦେଖି ଉତ୍ତର ଦେବାକୁ ପଡିବ କେଉଁ କପଟି ପ୍ରଥମେ କଫିରେ ଫୁଲ ହେବ । ତଲେ ଦିଆଯାଇଥିବା ଏହି ପଜଲଟି ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଛି । ଅନେକ ଲୋକ ଏହାର ଉତ୍ତର ଦେଇଛନ୍ତି କିନ୍ତୁ କିଛି ଲୋକଙ୍କ ଉତ୍ତର ଠିକ ଥିବା ବେଳେ ଅନେକ ଲୋକଙ୍କ ଉତ୍ତର ଭୁଲ ରହିଛି ।

ଦେଖନ୍ତୁ କିପରି ଆମ ଆଖି ଖାଉଛି ଧୋକା

ଉପରେ ଦିଆଯାଇଥିବା ଚିତ୍ରରେ କଫି ଏକ ଜାରରେ ଢଳା ହେଉଛି । ଏବଂ ସେହି ଚିତ୍ରକୁ ଦେଖି ପ୍ରଶ୍ନ କରାଯାଇଛି କେଉଁ କପଟି ପ୍ରଥମେ ଫୁଲ ହେବ । ତେବେ ଏହାକୁ ସମାଧାନ କରିବାକୁ ହେଲେ ଚିତ୍ରଟିକୁ ଖୁବ ଧ୍ୟାନ ଲଗାଇ ଦେଖିବାକୁ ପଡିବ । ଉତ୍ତର ଆପଣଙ୍କ ଆଖି ସମ୍ନାରେ ରହିଛି କିନ୍ତୁ ଏହାକୁ କେହି ଧ୍ୟାନ ଦେଇ ପାରନ୍ତି ନାହିଁ । ଚିତ୍ରଟିକୁ ଧ୍ୟାନରେ ଦେଖିଲେ ଜଣାପଡିବ ଏଥିରେ ଚାରୋଟି କପ ରହିଛି । କପ ଉପରେ ଚାରୋଟି ଟ୍ୟାପ ମଧ୍ୟ ରହିଛି । ଉପରେ ଜାରରେ ଢଳାଯାଉଛି କଫି । ତେବେ ଧ୍ୟାନରେ ଦେଖିଲେ ଜଣାପଡୁଛି ୪ ଏବଂ ୭ ନମ୍ବର କପ ଉପରେ ଲଗାଯାଇଥିବା ଟ୍ୟାପକୁ ମଝିରେ ବନ୍ଦ କରି ଦିଆଯାଇଛି । ତେବେ ଏହି କପରେ କଫି ପଡିବ ନାହିଁ । ଆଉ ବାକି ରହିଲା ଦୁଇଟା କପ ୯ ଏବଂ ୫ । ତେବେ ଏହି ଦୁଇ କପକୁ ଖୁବ ଧ୍ୟାନ ଦେଇ ଦେଖିଲେ ପୁଣି ଜଣା ପଡିବ ୯ ନମ୍ବର କପ ଉପରେ ଥିବା ଟ୍ୟାପଟିର ମୁଁହକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଚାରୋଟି କପ ମଧ୍ୟରୁ ତିନୋଟି କପ ଉପରେ ଥିବା ଟ୍ୟାପକୁ ରାସ୍ତାରେ ବନ୍ଦ କରିଦିଆଯାଇଛି । ଗୋଟିଏ ଟ୍ୟାପ ଖୋଲା ରହିଛି । ତେବେ ଆପଣ କହିପାରିବେ ପ୍ରଥମେ ୫ ନମ୍ବର କପଟି କଫିରେ ଫୁଲ ହେବ ।