ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ଦେଲା ବାଧା, ଖେଳ ନ ହେଲେ ମଧ୍ୟ ଜିତିବ ଟିମ୍ ଇଣ୍ଡିଆ । ଡକୱର୍ଥ ଲୁଇସ ନିୟମ ଅନୁଯାୟୀ ୮୬ ରନ ପଛରେ ଅଛି ପାକିସ୍ତାନ ।

551

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ସାଜିଲା ବାଧକ । ବିଜୟ ଦ୍ୱାରଦେଶରେ ଟିମ୍ ଇଣ୍ଡିଆ ପହଞ୍ଚିଥିଲେ ମଧ୍ୟ ପୁଣିଥରେ ଏଥିରେ ବର୍ଷା ବାଧକ ସାଜିଛି । ୩୫ ଓଭରର ଖେଳ ଶେଷ ହେବା ପରେ ମାଞ୍ଚେଷ୍ଟର ମୈଦାନରେ ବର୍ଷା ହେବା ଫଳରେ ଖେଳକୁ କିଛି ସମୟ ଅଟକାଯାଇଛି । ତେବେ ଯଦି ବର୍ଷା ଏହିଭଳି ଲାଗି ରୁହେ ଓ ପାକିସ୍ତାନ ପୁଣିଥରେ ବ୍ୟାଟିଂ ପାଇଁ ମୈଦାନକୁ ନ ଓହ୍ଲାଏ ତେବେ ମଧ୍ୟ ଡକୱର୍ଥ ଲୁଇସ ନିୟମ ଅନୁଯାୟୀ, ଭାରତ ଏହି ମ୍ୟାଚକୁ ବାଜି ମାରିନେବ ।

ଡର୍କୱର୍ଥ ଲୁଇସ ନିୟମ ଅନୁଯାୟୀ, ପାକିସ୍ତାନ ୩୫ ଓଭର ଶେଷ ସୁଦ୍ଧା ୨୫୨ ସ୍କୋର କରିବା କଥା କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପାକ୍ ଟିମ୍ ୬ ୱିକେଟ ବିନିମୟରେ ମାତ୍ର ୧୬୬ ରନ କରିବାକୁ ସକ୍ଷମ ହୋଇଛି । ଆଉ ଏହାସହ ୮୬ ରନ ପଛରେ ରହିଛି । ଯାହା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଂକେତ ଆଣିଛି । ଆଉ ଏଭଳି ସ୍ଥିତିରେ ଯଦି ମ୍ୟାଚ୍ ସମ୍ଭବପର ନ ହୁଏ ତେବେ ବିରାଟ ବାହିନୀକୁ ବିଜୟୀ ଘୋଷଣା କରାଯିବ ।

୩୫ ଓଭର ବ୍ୟାଟିଂ କରି ପାକିସ୍ତାନ ୧୬୬ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ପକ୍ଷରୁ ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଳଦୀପ ଯାଦବ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀ ରୋହିତଙ୍କ ଶତକ ଏବଂ ବିରାଟ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୩୩୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।