ପ୍ଲାଟଫର୍ମ ଓ ଅଣସଂରକ୍ଷିତ ଟିକେଟ ପାଇଁ ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ ! ମୋବାଇଲରେ ହେବ ପ୍ରି-ବୁକିଂ, ଜାଣନ୍ତୁ କିପରି ?

74

ଧୀରେ ଧୀରେ ଡିିଜିଟାଲ ହେଉଛି ଭାରତ । ଦେଶରେ ଅଧିକାଂଶ କାମ ଏବେ ଅନଲାଇନ ମାଧ୍ୟମରେ ହେଉଛି । ସରକାର ମଧ୍ୟ ଏଥିପାଇଁ ଡିଜିଟାଲ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପେପରଲେସ ଇକୋନୋମୀ ପାଇଁ ସରକାର ଡିଜିଟାଲ କ୍ଷେତ୍ରକୁ ଅଧିକ ପୋତ୍ସାହିତ କରୁଛନ୍ତି । ଏହି କ୍ରମରେ ସରକାର ଆଉ ଏକ ନୂଆ ପଦକ୍ଷେପ ହାତକୁ ନେଇଛନ୍ତି । ଏଣିକି ଅସଂରକ୍ଷିତ ଟିକେଟ ଓ ପ୍ଲାଟଫର୍ମ ଟିକେଟ ମଧ୍ୟ ମୋବାଇଲ ମାଧ୍ୟମରେ ବୁକ୍ କରିପାରିବେ ଯାତ୍ରୀ । ଏହାଛଡା ସିଜିନ ଟିକେଟ ମଧ୍ୟ ଏଣିକି ମୋବାଇଲରେ ବୁକ୍ କରିପାରିବେ ।

05BGMYSORE1ସାଧାରଣତଃ ପୂର୍ବରୁ ଅସଂରକ୍ଷିତ ଟିକେଟ, ସିଜିନ ଟିକେଟ ଓ ପ୍ଲାଟର୍ଫମ ଟିକେଟ ମୋବାଇଲରେ ବୁକ ହୋଇ ପାରୁନଥିଲା । ଏଥିପାଇଁ ଲାଇନରେ ଛିଡା ହେବାକୁ ପଡୁଥିଲା । କିନ୍ତୁ ଏବେ ଯାତ୍ରୀଙ୍କୁ ସେଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ମୋବାଇଲରେ ପ୍ଲାଟଫର୍ମ ଟିକେଟ ବୁକ କରିବା ପାଇଁ ରେଳ ବିଭାଗ ଏକ ଆପ ଲଞ୍ଚ କରିଛି । ଏହି ଆପ ମାଧ୍ୟମରେ ପ୍ଲାଟଫର୍ମ ଟିକେଟ ସମେତ ଅସଂରକ୍ଷିତ ଟିକେଟ ମଧ୍ୟ ବୁକ କରାଯାଇପାରିବ ।

ଭାରତୀୟ ରେଳ ବିଭାଗ ୟୁଟିଏସ ଆପ ଲଞ୍ଚ କରିଛି । ଏହି ଆପ ମାଧ୍ୟମରେ ବେଶ ଆରାମରେ ଅସଂରକ୍ଷିତ ଟିକେଟ ବୁକ କରିପାରିବେ । ଏହି ଆପ ଦ୍ୱାରା ନୂଆ ସିଜିନ ପାଇଁ ଟିକେଟ କାଟିବା ସହ ଏହାର ରେନ୍ୟୁ ମଧ୍ୟ କରିପାରିବେ । ଏହି ଆପକୁ ବ୍ୟବହାର କରିବା ପାଇଁ ପ୍ରଥମେ ଯାତ୍ରୀଙ୍କୁ ନିଜ ନାଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଆପରେ ନିଜ ନାଁ ରେଜିଷ୍ଟର କରିବା ପରେ ଆପଣାଛାଏଁ ଆର ୱାଲେଟ ଆସିଯିବ । ଏହି ୱାଲେଟକୁ ୟୁଟିଏସ କାଉଁଣ୍ଟର ଦ୍ୱାରା ରିଚାର୍ଜ କରି ପାରିବେ । ଏହାଛଡା ୱେବସାଇଟକୁ ଯାଇ ମଧ୍ୟ ରିଚାର୍ଜ କରିପାରିବେ । ଏହି ଆପଟି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ।

ଏହି ଆପ ସାହାଯ୍ୟରେ ବର୍ତ୍ତମାନ କିଛି ଷ୍ଟେସନରେ ପ୍ଲାଟର୍ଫମ ଟିକେଟ ବୁକ୍ କରିବା ପାଇଁ ସୁବିଧା ଉପଲବ୍ଧ ହୋଇଛି । ସବୁ ଷ୍ଟେସନ ପାଇଁ ଏହା ଲାଗୁ କରାଯାଇ ନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆପ ସାହାଯ୍ୟରେ ଆଡଭାନ୍ସ ଟିକେଟ ବୁକ୍ କରାଯାଇପାରିବ ନାହିଁ । ଅଥାର୍ତ ଯେଉଁଦିନ ଆପଣ ଷ୍ଟେସନ ଯିବାକୁ ଚାହୁଁଥିବେ ବା ରେଳରେ ଯାତ୍ରା କରିବାକୁ ଚାହୁଁଥିବେ କେବଳ ସେହିଦିନ ହିଁ ଟିକେଟ ବୁକ କରିପାରିବେ । ଏହି ଆପରେ ଥରେ ଟିକେଟ କଲେ ଏହାକୁ ବାତିଲ କରାଯାଇପାରିବ ନାହିଁ ।