ପିମ୍ପୁଡି ଚିକିତ୍ସା : ଷ୍ଟିଚ୍ ଲଗାଇବା ବଦଳରେ ଭାରତୀୟ ଡାକ୍ତର କ୍ଷତ ସ୍ଥାନରେ ଛାଡିଦେଉଥିଲେ ପିମ୍ପୁଡି

125

ପ୍ଲାଷ୍ଟିକ ସର୍ଜରୀର ଆରମ୍ଭ ଆଜକୁ ପ୍ରାୟ ୨୫୦୦ ବର୍ଷ ପୂର୍ବରୁ ଭାରତରୁ ହୋଇସାରିଛି । ପ୍ରାଚୀନ ଭାରତୀୟ ଚିକିତ୍ସକ ସୁଶ୍ରୁତଙ୍କୁ ସର୍ଜରୀର ଜନକ କୁହାଯାଏ ଓ ସେ ସୁଶ୍ରୁତ ସଂହିତା ଲେଖିଛନ୍ତି । ଏଥିରେ ୧୧୦୦ରୁ ବି ଅଧିକ ରୋଗର ଚିକିତ୍ସା ବ୍ୟତୀତ ସର୍ଜରୀର ପ୍ରକ୍ରିୟା ବି ଉଲ୍ଲେଖ ଅଛି । ସର୍ବପ୍ରଥମେ ଭାରତରେ ନାକର ସର୍ଜରୀ କରାଯାଇଥିଲା । ଅପରାଧୀଙ୍କ କଟିଯାଇଥିବା ନାକ ଯୋଡିବାରୁ ହେଲା ଏହାର ଆରମ୍ଭ ।

ସର୍ଜରୀ ବ୍ୟତୀତ ସୁଶ୍ରୁତ ସଂହିତାରେ ୧୧୦୦ ରୋଗର ଉଲ୍ଲେଖ ଅଛି । ଏହା ସହିତ ତାଙ୍କର ଚିକିତ୍ସା ପାଇଁ ୬୫୦ ପ୍ରକାରର ଔଷଧର ବି ଉଲ୍ଲେଖ ଅଛି । ଏହା ବି ଅଛି ଯେ, ଆଘାତ ଲାଗିଲେ ରକ୍ତର ପ୍ରବାହକୁ କେମିତି ରୋକାଯାଇପାରିବ, ଭାଙ୍ଗିଯାଇଥିବା ହାଡ କେମିତି ଯୋଡା ଯିବ । ସର୍ଜରୀ ସମୟରେ ରୋଗୀକୁ ଅଚେତ୍ କରିବା ପାଇଁ ମଦ ସହିତ ଅନେକ ପ୍ରକାରର ଔଷଧ ମିଶାଯାଉଥିଲା ।

ସବୁଠାରୁ ଅଦ୍ଭୁତ ଥିଲା କି, କଟିଯାଇଥିବା ସ୍ଥାନର ସିଲେଇର ଉପାୟ । ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ଅଛି କି, ଏହି କାମ ବଡ ଓ ବିଶେଷ ପ୍ରକାରର ପିମ୍ପୁଡି କରୁଥିଲେ । ତାଙ୍କୁ କ୍ରମରେ ଘା’ ଉପରେ ରଖିଦିଆଯାଉଥିଲା । ତାଙ୍କର ମୁହଁ ଘା’ ପାଇଁ କ୍ଲିପ୍(ଉଣ୍ଡ କ୍ଲିପ) ର କାମ କରୁଥିଲା । ଷ୍ଟିଚ୍ ବଦଳରେ ପିମ୍ପୁଡିଙ୍କ ଉପଯୋଗ ସେତେବେଳେ ସାଧାରଣ ଥିଲା ।