ହୁସିଆର, ମହଙ୍ଗା ପଡିବ ପ୍ଲାଷ୍ଟିକ ବ୍ୟବହାର ! ବିଶେଷଜ୍ଞଙ୍କ ମତ ପ୍ଲାଷ୍ଟିକ ହେଉଛି କ୍ୟାନ୍ସରର ମୁଖ୍ୟ କାରଣ ।

144
ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଆଜିଭଳି ଦିନରେ ପରିବେଶକୁ ସୁରକ୍ଷିତ ରଖିବାର ସଂକଳ୍ପ ସମସ୍ତେ ନେବା ଉଚିତ । କିନ୍ତୁ ଦିଲ୍ଲୀରେ ପ୍ଲାଷ୍ଟିକକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଆଜିକାଲି ଦୁନିଆରେ ପ୍ଲାଷ୍ଟିକ ଏକ ନିତ୍ୟାବଶ୍ୟକୀୟ ପଦାର୍ଥ ପାଲଟି ଯାଇଛି । ଆମେମାନେ ପ୍ରତିଦିନ କୌଣସି ନା କୌଣସି କାର୍ଯ୍ୟରେ ପ୍ଲାଷ୍ଟିକର ବ୍ୟବହାର କରୁଛୁ । ପ୍ଲାଷ୍ଟିକର ବ୍ୟବହାର ବଢିବା କାରଣରୁ ପରିବେଶ ଦୂଷିତ ହେବା ସହିତ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଜିନିଷରେ ଲୁଚିରହିଥିବା ମାଇକ୍ରୋପ୍ଲାଷ୍ଟିକର କଣିକା ଆମ ଶରୀର ମଧ୍ୟକୁ ପ୍ରବେଶ କରି ଫୁସଫୁସ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗକୁ ହାନି ପହଞ୍ଚାଇବା ସହିତ କ୍ୟାନସରର ମୁଖ୍ୟ କାରଣ ମଧ୍ୟ ପାଲଟିଛି । ବିଡମ୍ବନାର ବିଷୟ ଏହିକି ଯେ, ଦିଲ୍ଲୀରେ ଏହି ପ୍ଲାଷ୍ଟିକ ଆବର୍ଜନାକୁ ନିଷ୍କାସନ କରିବା ପାଇଁ କୌଣସି ବ୍ୟବସ୍ଥା ରହିନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଟୁଥପେଷ୍ଟ, ସେଭିଂ କ୍ରିମ, ଜୋତା, କପଡା, ଔଷଧ କ୍ୟାପସୁଲ ଇତ୍ୟାଦିରେ ଅଳ୍ପ ବହୁତ ପ୍ଲାଷ୍ଟିକର ଅଂଶ ରହିଛି । ତେଣୁ ଯେତେବେଳେ ଆମେ ଏହାକୁ ବ୍ୟବହାର କରୁ ସେତେବେଳେ ସିଂଥେଟିକ, ପୋଲିମର, ପିବିସି ଇତ୍ୟାଦି ଭଳି ୧ ରୁ ୫ ପ୍ରକାର ଶୁଖ୍ମ କଣିକା ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।
ଏହି ସବୁ କାରଣରୁ କ୍ଷତିଗ୍ରସ୍ତ ହୋଇଥାଏ ଶରୀର :
ପ୍ଲାଷ୍ଟିକ କଣିକା ଗୁଡିକ ଆମ ଶରୀରର ଚର୍ମରେ ଲାଗିଯାଇଥାଏ । ଘଣ୍ଟା ଘଣ୍ଟା ଧରି ଚର୍ମରେ ଲାଗିରହିବା କାରଣରୁ ତ୍ୱଚା ଧିରେ ଧିରେ ସଂଙ୍କୁଚିତ ହେବାରେ ଲାଗିଥାଏ । ଏଥିସହିତ ଏହି କଣିକା ଆଖିରେ ପସିବା କାରଣରୁ ଆଖିରେ ଆଲର୍ଜି ମଧ୍ୟ ସୃଷ୍ଟି ହୋଇଥାଏ । ଏହାତ ଥିଲା ବାହ୍ୟ ଅଙ୍ଗର କଥା , ଏବେ ଆସନ୍ତୁ ଜାଣିବା କେଉଁ ଭଳି ଭାବରେ ଆଭ୍ୟନ୍ତରିଣ ଅଙ୍ଗ ଗୁଡିକ ଏହି କଣିକା ଦ୍ୱାରା ପ୍ରଭାବିତ ହୋଇଥାଏ । ପ୍ରତିଦିନ ଆମେ ବ୍ୟବହାର କରୁଥିବା ଟୁଥପେଷ୍ଟ, ପିଇବା ପାଣି ବୋତଲ, ଖାଦ୍ୟ ପ୍ୟାକିଂ ହୋଇ ଆସୁଥିବା ପ୍ଲାଷ୍ଟିକ ବକ୍ସ ଗୁଡିକରେ ଥିବା ଛୋଟ ଛୋଟ ପ୍ଲାଷ୍ଟିକ କଣିକା ଆମ ଶରୀର ମଧ୍ୟକୁ ଯାଇ ଅନ୍ତନାଡାରେ ଲାଗି ରହିଥାଏ । ଯହା ଫଳରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଏକ ଲିଟର ପାଣିରେ ନ୍ୟୁନୋତମ ୩୨୫ ପ୍ଲାଷ୍ଟିକ କଣିକା ରହିଛି । ଠିକ ସେହିଭଳି ଯେତେବେଳେ ଗରମ ଗରମ ଖାଦ୍ୟ ପ୍ଲାଷ୍ଟିକ ବକ୍ସରେ ପରଷାଯାଏ ସେହି ସମୟରେ ପ୍ଲାଷ୍ଟିକର ଛୋଟ ଛୋଟ କଣିକା ଖାଦ୍ୟରେ ମିଶିଥାଏ । ଏବଂ ତାହା ଆମ ଶରୀରକୁ ଯାଇ କ୍ୟାନ୍ସର ସୃଷ୍ଟି କରିଥାଏ ।