ପିଚୁ ନୁହେଁ ପ୍ଲାଷ୍ଟିକରେ ତିଆରି ହେବ ରାସ୍ତା ! ମଦୁରାଇର ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ରାଜଗୋପାଲ ବାସୁଦେବଙ୍କ ଅଭିନବ ପ୍ରୟାସ

80

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଉଛି । ଆମ ଦେଶରେ ଲୋକମାନେ ପଲିଥିନ ମୁଣି ଓ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରି ଇଆଡ଼େ ସିଆଡ଼େ ଫିଙ୍ଗି ଦେଇଥାନ୍ତି । ତାହା ପଡ଼ିଆରେ ତଥା ରାସ୍ତା ଘାଟ ଓ ନାଳ ନର୍ଦ୍ଦମା ସବୁ ଆଡ଼େ ପଡ଼ିଥାଏ । ପରିବେଶ ପାଇଁ ଏକ ଘୋର ଆତଙ୍କ । କାରଣ ହଜାର ହଜାରେ ବର୍ଷ ପରେ ବି ପ୍ଲାଷ୍ଟିକ ନଷ୍ଟ ହୁଏନାହିଁ । ପଡ଼ିଆରେ ଗାଈଗୋରୁ ଚରିଲା ବେଳେ ଇଆଡ଼େ ସିଆଡ଼େ ପଡ଼ିଥିବା ପଲିଥିନ ମୁଣି ଗିଳିଦେଇ ମୃତ୍ୟୁମୁଖରେ ପଡ଼ିଥାନ୍ତି । ପ୍ଲାଷ୍ଟିକ ଯୋଗୁଁ ଲୋକମାନେ ଅନେକ ରୋଗରେ ମଧ୍ୟ ପଡ଼ୁଛନ୍ତି ।

ତେବେ ପ୍ଲାଷ୍ଟିକ ସାହାଯ୍ୟରେ ଜଣେ ବ୍ୟକ୍ତି ତିଆରି କରିଛନ୍ତି ରାସ୍ତା । ପ୍ଲାଷ୍ଟିକର ଏପରି ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ନହେବା ସହ ଟଙ୍କା ମଧ୍ୟ ସଂଚୟ ହୋଇପାରିବ । ଏପରି ହେବାଦ୍ୱାରା  ଲୋକଙ୍କ କାମରେ ମଧ୍ୟ ଆସିପାରିବ ପ୍ଲାଷ୍ଟିକ୍ । ମଦୁରାଇ ସ୍ଥିତ ଏକ ଇଞ୍ଜିନିୟରି କଲେଜର ରସାୟନ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଜଗୋପାଲ ବାସୁଦେବନ୍ ପ୍ଲାଷ୍ଟିକ ମାଧ୍ୟମରେ ସଡ଼କ ତିଆରି କରିଛନ୍ତି । ସୂଚନା ଅନୁସାରେ ରାଜଗୋପାଲ ବାସୁଦେବନ ‘ପ୍ଲାଷ୍ଟିକ ମ୍ୟାନ ଅଫ୍ ଇଣ୍ଡିଆ’ ନାମରେ ପରିଚିତ । ବାସୁଦେବନ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କିରବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କୁ ଏହି ପ୍ରୟାସ ପାଇଁ ୧୦ ବର୍ଷ କଠିନ ପରିଶ୍ରମ କରବା ପାଇଁ ପଡ଼ିଥିଲା ।  ସର୍ବପ୍ରଥମେ ୨୦୦୨ରେ ନିଜର ଜ୍ଞାନକୌଶଳ ଆପଣାଇ ଥିଏଗରାଜର କଲେଜର ପରିସରରେ ନିର୍ମାଣ କରିଥିଲେ ପ୍ଲାଷ୍ଟିକ ରାସ୍ତା । ଏହାସତ୍ୱେ ତାଙ୍କ ଜ୍ଞାନକୌଶଳକୁ ବେଶ୍ ବିଳମ୍ବରେ ମାନ୍ୟତା ମିଳିଥିଲା । ତେବେ ପରେ ରାଜଗୋପାଲ ବାସୁଦେବନ ଉକ୍ତ ପ୍ରକଳ୍ପ ବିଷୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ  ସୂଚନା ଦେଇଥିଲେ ।

ମିଡ଼ିଆ ରିପୋର୍ଟ ଅନୁସାରେ ବାସୁଦେବନ ଥରେ ଟିଭି ଦେଖିବା ସମୟରେ ଦେଖିଲେ ଜଣେ ଡାକ୍ତର ପ୍ଲାଷ୍ଟିକର ଅପକାରିତା ବିଷୟରେ କହୁଛନ୍ତି । ସେବେଠାରୁ ସେ ପ୍ଲାଷ୍ଟିକର ସଦୁପଯୋଗ କରିବା ପାଇଁ ଚିନ୍ତା କରିନେଇଥିଲେ । ସମସ୍ତେ ଜାଣନ୍ତିି ପ୍ଲାଷ୍ଟିକକୁ ନଷ୍ଟ କରାଯାଇ ପାରିବ ନାହିଁ । ଏଥିପାଇଁ ସେ କଠିନ ପରିଶ୍ରମ କରି ପ୍ଲାଷ୍ଟିକର ସଡ଼କ ତିଆରି କରିବା ପାଇଁ ମନସ୍ଥ କରିଥିଲେ । ତେବେ ଅନେକ ଦେଶୀ ଓ ବିଦେଶୀ କମ୍ପାନୀ ରାଜଗୋପାଲଙ୍କ ମଡ଼େଲକୁ କିଣି ବା ପାଇଁ ଅଫର ଦେଇଥିଲେ । କିନ୍ତୁ ଟଙ୍କାର ମୋହ ଛାଡ଼ି ସେ ଭାରତ ସରକାରଙ୍କୁ ଏହି ଜ୍ଞାନକୌଶଳ ମାଗଣାରେ ପ୍ରଦାନ କରିଥିଲ । ସୂଚନା ଅନୁୁସାରେ ଉକ୍ତ ଜ୍ଞାନକୌଶଳ ଅନୁସାରେ ୧୦୦୦ ମିମି ପର୍ଯ୍ୟନ୍ତ ସଡ଼କ ତିଆରି କରାଇଛନ୍ତି ରାଜଗୋପାଲ ।