ବଜାରକୁ ଆସିଲା ‘ପ୍ଲାଷ୍ଟିକ୍ ଜିନ୍ସ’ !

85

ଆଧୁନିକ ହେଉଛି ଯୁଗ । ଆଉ ଆଧୁନିକତାକୁ ତାଳ ଦେଇ ବଦଳୁଛି ଲୋକଙ୍କ ରୁଚି । ଫ୍ୟାସନବେଲ ଦେଖା ଯିବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ୱନ କରୁଛି । ତେବେ ଏହିପରି ସମୟରେ ଯୁବପିଢୀଙ୍କ ରୁଚିକୁ ଧ୍ୟାନ ଦେଇ ମାର୍କେଟକୁ ଆସିଛି ପ୍ଲାଷ୍ଟିକ୍ ଜିନ୍ସ । ଆଧୁନିକତାର ସ୍ପର୍ଶ ଦେଇ ଖୁବ୍ ନିଆରା ଢଙ୍ଗରେ ଡିଜାଇନର୍ ବନାଇଛନ୍ତି ଏହି ‘ପ୍ଲାଷ୍ଟିକ୍ ଜିନ୍ସ’ । ଏହା ଠିକ୍ ଟ୍ରାନ୍ସପରେଂଟ୍ ରେନ୍ କୋର୍ଟ ଭଳି ଦେଖିବାକୁ ।

plastic jeans..ବ୍ରିଟିସ୍‌ ଫ୍ୟାସନ୍ କଂପାନି ‘ଟପ୍‌ସପ୍‌’ ପକ୍ଷରୁ ଅନ୍‌ଲାଇନ୍‌ରେ ଏହି ପ୍ଲାଷ୍ଟିକ୍‌ ଜିନ୍‌ସ ବିକ୍ରି ଆରମ୍ଭ ହୋଇଛି । ପଲିୟୁରିଥେନ୍‌ ଓ ଡେନିମ୍‌ ମିଶ୍ରିତ ଏହି ଜିନ୍‌ସ ପିନ୍ଧିବାକୁ ଆରାମଦାୟକ ବୋଲି ଶୁଣିବାକୁ ମିଳୁଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ସାତ ହଜାର ଟଙ୍କା।