ପାନାମାରେ ପ୍ଲାଷ୍ଟିକ ବୋତଲରେ ତିଆରି ହେଉଛି ଗାଁ ! ଘରେ ଦରକାର ପଡ଼ିବ ନାହିଁ ଏସି

32

ସାଧାରଣତଃ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ବସବାସ କରିବା ଲାଗି ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ସନ୍ଧାନ କରିଥା’ନ୍ତି । ମାତ୍ର ମନୁଷ୍ୟ ସମାଜରେ ବସବାସ କରିବା ପାଇଁ ଘର ଖଣ୍ଡିଏ ନିହାତି ଆବଶ୍ୟକ । ଆଉ ଘର ତିଆରି ପାଇଁ କିଏ ଇଟା ବ୍ୟବହାର କରିଥାଏ ତ ଆଉ କିଏ ପଥର ଏବଂ ଆଉ କେହି କେହି କୁଟା କାଠି ବ୍ୟବହାର କରି ନିଜର ବାସଗୃହ ଖଣ୍ଡେ ତୋଳିଥାନ୍ତି । କିନ୍ତୁ ଆପଣମାନେ କେବେ ପ୍ଲାଷ୍ଟିକ୍ ବୋତଲରେ ତିଆରି ଘର କଥା ଶୁଣିନଥିବେ । ଆଜ୍ଞା ହଁ, ଏହା ଆପଣମାନଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ପାନାମା ଦେଶରେ ଖୁବ୍ ଶୀଘ୍ର ପ୍ଲାଷ୍ଟିକ୍ ବୋତଲ ନିର୍ମିତ ଘର ଦେଖିବାକୁ ମିଳିବ । ଆମେମାନେ ସମସ୍ତେ ଜାଣିଛେ ଯେ ପ୍ଲାଷ୍ଟିକ୍ ବୋତଲ ଶରୀର ପାଇଁ କ୍ଷତି କାରକ । ଏହାକୁ ଜାଳି ହେବନାହିଁ କାରଣ ଏହାଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ ।

 

ପାନାମାର ୮୩ ଏକର ଜମିରେ ଏକ ଗାଁ ନିର୍ମାଣ କରାଯିବ । ଯେଉଁଠି ପ୍ରତ୍ୟେକ ଘର ପ୍ଲାଷ୍ଟିକ୍ ବୋତଲରେ ଆଛାଦିତ ହେବ । ସେଠାକାର ଲୋକମାନେ ପ୍ଲାଷ୍ଟିକ୍ ବୋତଲକୁ ବ୍ୟବହାର କରିବା ପାଇଁ ଏକ ନୂତନ ପ୍ରଣାଳୀ ଆପଣାଇଛନ୍ତି । ଏହି ଘରର ମୁଖ୍ୟ ଭୂମିକା ହେଉଛି ଏଥିରେ କୃତ୍ରିମ ପବନ(ଏସି)ର ଆବଶ୍ୟକତା ନାହିଁ । ଇଟା ଓ ପଥର ତିଆରି ଘର ଅପେକ୍ଷା ପ୍ଲାଷ୍ଟିକ୍ ବୋତଲରେ ତିଆରି ଘର ଗୁଡିକରେ ତାପମାତ୍ରା କମ୍ ରହିଥାଏ । ସେହି ଗାଁରେ ଗୋଟେ ଘର ପିଛା ୧୪୦୦୦ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଇ ସର୍ବମୋଟ ୧୨୦ଟି ଘର ତିଆରି କରାଯିବ । ଏହା ସହିତ ଗାର୍ଡେନ ମଧ୍ୟ ତିଆରି କରାଯିବ ।