କାଶ୍ମୀରରେ ପଥର ଫିଙ୍ଗାଳୀଙ୍କ ଉପରେ ପ୍ୟାଲେଟ୍ ବଦଳରେ ବର୍ଷିବ ପ୍ଲାଷ୍ଟିକ୍ ବୁଲେଟ୍, ହେବନି କୌଣସି କ୍ଷତି

116

କାଶ୍ମୀରରେ ପଥର ଫିଙ୍ଗାଳୀଙ୍କୁ ଦମନ କରିବା ପାଇଁ ବ୍ୟବହାର କରାଯାଉଥିବା ପ୍ୟାଲେଟ୍ ଗନ୍ କୁ ନେଇ ବଡ ହଙ୍ଗାମା ହୋଇସାରିଛି । ଏହା ଠାରୁ ବଂଚିବା ପାଇଁ ରକ୍ଷା ଅନୁସଂଧାନ ଓ ବିକାଶ ସଂଗଠନ ପ୍ଲାଷ୍ଟିକର ବୁଲେଟ୍ ବିକସିତ କରିଛନ୍ତି, ଯାହାକି କମ୍ ଘାତକ । ପ୍ୟାଲେଟ୍ ଗନ୍ ର ବ୍ୟବହାର କାରଣରୁ ଲୋକଙ୍କ ଅନ୍ଧ ହୋଇଯିବା ପରେ ଗୃହ ମନ୍ତ୍ରଣାଳୟ ତୁରନ୍ତ ଓ ପ୍ରଭାବକାରୀ ସମାଧାନର ଦାବି କରିଥିଲେ ।

ପଂଜାବର ଜଳନ୍ଧର ସହରରେ ଚାଲୁଥିବା ଭାରତୀୟ ବିଜ୍ଞାନ କଂଗ୍ରେସରେ ଏହାକୁ ପ୍ରଦର୍ଶିତ କରିବା ସମୟରେ କହିଲେ କି, ପ୍ଲାଷ୍ଟିକର ଗୁଳିକୁ ଏକେ-୪୭ ରାଇଫଲରେ ଲୋଡ କରି ଗୁଳି କରାଯାଇପାରିବ । ଏହା ରବର ର ଗୁଳି ତୁଳନାରେ କମ୍ କ୍ଷତିକାରକ । ପ୍ଲାଷ୍ଟିକର ଗୁଳି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ରଭାବକାରୀ ଉପାୟ ଏବଂ ଜମ୍ମୁ-କାଶ୍ମୀର ପୁଲିସଙ୍କୁ ପ୍ରଥମରୁ ଏକ ଲକ୍ଷ ଗୁଳି ଦିଆଯାଇସାରିଛି । ପ୍ଲାଷ୍ଟିକର ଗୁଳି ୫୦ ମିଟର ଦୂରତାରୁ ଫାୟାରିଙ୍ଗ କଲେ ଆଘାତ ପହଂଚାଇଥାଏ । ଏହା ନାୟଲନରୁ ତିଆରି ହୋଇଥାଏ ଓ ୫୦୦ ଗୁଣ କମ୍ କ୍ଷତିକାରକ ହୋଇଥାଏ । ବୁଲେଟ୍ ହେଡ୍ ବହୁତ ସମାନ୍ୟ ହୋଇଥାଏ ଓ ଏହାର ଓଜନ ବହୁତ କମ୍ ହୋଇଥାଏ, ସେଥିପାଇଁ ଏହି ଗୁଳି ଅଙ୍ଗକୁ ଆହତ କରିବା ପାଇଁ ଶରୀର ମଧ୍ୟକୁ ପ୍ରବେଶ କରିପାରେନି ।

ପ୍ଲାଷ୍ଟିକ ଗୁଳିରେ ସୀସାର ବ୍ୟବହାର ହୁଏନି । ସେଥିପାଇଁ ଏଥିରେ ବିଷର ଡର ନଥାଏ । ଯେବେ ଫାୟରିଙ୍ଗ କରାଯାଏ, ତେବେ ଏହା ସାମାନ୍ୟ ଫାୟରିଙ୍ଗ ଭଳି ଲାଗେ । ସେଥିପାଇଁ ମନୋବୈଜ୍ଞାନିକ ପ୍ରଭାବ ସାମାନ୍ୟ ରୂପରେ ପଡେ ।