ସାବଧାନ ! ପ୍ଲାଷ୍ଟିକ ବୋତଲ ଓ ଟିଫିନ୍ ବକ୍ସ କରୁଛି ଆପଣଙ୍କୁ ରୋଗିଣା, କ୍ୟାନସର ଭଳି ଅସାଧ୍ୟ ରୋଗର ହୋଇପାରେ କାରଣ

43

ଆଜିକାଲି ପ୍ରତ୍ୟେକଙ୍କ ଘରେ ପ୍ଲାଷ୍ଟିକର ରଙ୍ଗ ବେରଙ୍ଗ ଭିନ୍ନ ଭିନ୍ନ ଡିଜାଇନ୍ ର ବାସନକୁସନ ଦେଖିବାକୁ ମିଳେ, ଯେଉଁଥିରେ ଭୋଜନ କରିବା ଲୋକଙ୍କୁ ଫ୍ୟାଶନ ଲାଗେ । କିନ୍ତୁ ଯେଉଁ ବାସନରେ ଭୋଜନ କରିବା ଆପଣ ସମ୍ମାନ ଭାବୁଛନ୍ତି, ତାହା ଆପଣଙ୍କ ଶରୀରରେ ଅନେକ ରୋଗକୁ ନିମନ୍ତ୍ରଣ କରୁଛି । ଯଦି ଆପଣ ପ୍ଲାଷ୍ଟିକ ବୋତଲରେ ପାଣି ପିଅନ୍ତି ବା ପ୍ଲାଷ୍ଟିକ ଟିଫିନ୍ ରେ ଖାଦ୍ୟ ଗରମ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ।

ଅଧିକାଂଶ ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ସବୁଠାରୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ଏହି ପ୍ଲାଷ୍ଟିକ୍ ବାସନ, କାହିଁକିନା ଏଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ପାଇବାକୁ ମିଳେ । ଯାହା ଆପଣଙ୍କୁ କ୍ୟାନସର ଭଳି ରୋଗରେ ଗ୍ରାସିତ କରିପାରେ । ବିଶେଷଜ୍ଞଙ୍କ କହିବାନୁସାରେ, ପ୍ଲାଷ୍ଟିକ ଅନେକ କ୍ଷତିକାରକ କେମିକାଲ ଥାଏ, ଯାହା ଗରମ ହେବା ପରେ ଖାଦ୍ୟ ଓ ପାଣିରେ ମିଶିଯାଏ । ପାଣି ଓ ଖାଦ୍ୟ ଯୋଗେ ଏହି କେମିକାଲ ଆମ ଶରୀର ମଧ୍ୟକୁ ପ୍ରବେଶ କରେ । ପ୍ଲାଷ୍ଟିକ ଦ୍ୱାରା କ୍ୟାନସର ଭଳି ଜୀବନ ଘାତକ ରୋଗ ହୋଇପାରେ ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ପ୍ଲାଷ୍ଟିକ ବୋତଲ କଣ୍ଟେନର୍ ର ବ୍ୟବହାର ଦ୍ୱାରା କ୍ୟାନସର ହୋଇପାରେ । ଫୁଜିମୋଟୋଙ୍କ କହିବା ମୁତାବକ, କାରରେ ରଖାଯାଇଥିବା ପ୍ଲାଷ୍ଟିକ ବୋତଲ ଯେତେବେଳେ ଖରା କିମ୍ବା ଅତ୍ୟଧିକ ତାପମାତ୍ରା ଯୋଗୁଁ ଗରମ ହୋଇଯାଏ, ତେବେ ପ୍ଲାଷ୍ଟିକରେ ଥିବା କ୍ଷତିକାରକ କେମିକାଲ ଡାଇଅକ୍ସିନ୍ ନିର୍ଗତ ହେବା ଆରମ୍ଭ ହୋଇଯାଇଥାଏ । ଏହି ଡାଇଅକ୍ସିନ୍ ପାଣିରେ ମିଶି ଆମ ଶରୀରରେ ପହଂଚେ । ଏହି ଡାଇଅକ୍ସିନ ଦ୍ୱାରା ମହିଳାଙ୍କ ଠାରେ ସ୍ତନ କର୍କଟର ଆଶଙ୍କା ବଢ଼ିଯାଏ ।

ପ୍ଲାଷ୍ଟିକ ବାସନର ଏଭଳି ଖରାପ ପ୍ରଭାବ ଦେଖି ଅନ୍ୟ ଦେଶ ଗୁଡିକରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆପଣ ସେହି ପ୍ଲାଷ୍ଟିକ ବାସନର ପ୍ରୟୋଗ କରନ୍ତୁ ଯାହା ଉପରେ “ବିସ୍ଫେନୋଲ ଫ୍ରି” ଲେଖା ହୋଇଥିବ । ପ୍ଲାଷ୍ଟିକ କିଣିବା ସମୟରେ ଯଦି ଭଲ କ୍ୱାଲିଟିର ପ୍ଲାଷ୍ଟିକ କିଣାଯାଏ, ତେବେ କ୍ୟାନସରର ବିପଦ ଟଳିପାରେ ।