ରାଜପଥରେ ଦୁର୍ଘଟଣା ରୋକିବା ପାଇଁ ପୋଲିସ ଓ ପରିବହନ ବିଭାଗର ନୂଆ ଯୋଜନା ! ରାସ୍ତାରେ ପେଟ୍ରୋଲିଂ ପାଇଁ ପୋଲିସ ବିଭାଗକୁ ମିଳିଲା ୧୦ କୋଟି

ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ କରାଯିବ

64

କନକ ବ୍ୟୁରୋ : ଜାତୀୟ ଓ ରାଜ୍ୟ ରାଜପଥରେ ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ କରାଯିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ଏହି ଅର୍ଥକୁ ପୋଲିସର ମାନବ ସମ୍ବଳ ବିକାଶ, ଦ୍ରୁତ ଗାଡ଼ି ଚାଳନା ରୋକିବା ଏବଂ ଟ୍ରାଫିକ ପରିଚାଳନା ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିବା କ୍ରାଇମବ୍ରାଞ୍ଚରେ ଆୟୋଜିତ ‘ଇ-ଚାଲାଣ’ ଯୋଗାଣ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବସରରେ ୩୨ ପୁଲିସ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫୦ଟି ‘ଇ-ଚାଲାଣ’ ମେସିନ୍ ପ୍ରଦାନ କରାଯାଇଛି।

 

ରାଜ୍ୟରେ ଟ୍ରାଫିକ ନିୟମ ଖିଲାପ କରୁଥିବା ଗାଡ଼ି ଚାଳକଙ୍କ ନିକଟରୁ ଜରିମାନା ରାଶୀ ‘ଇ-ଚାଲାଣ’ ମେସିନ୍ ମାଧ୍ୟମରେ ଗତ ଡିସେମ୍ବର ୬ ତାରିଖରେ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୩୫ଟି ଆର୍ଟିଓ କାର୍ଯ୍ୟାଳୟର ୧୯୪ ଜଣ ଆର୍ଟିଓର ଏନଫୋର୍ସମେଣ୍ଟ ଅଫିସରଙ୍କୁ ଗୋଟିଏ ଲେଖାଏ ମେସିନ୍ ଏଚଡିଏଫସି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୫୦ ଟି ‘ଇ-ଚାଲାଣ’ ମେସିନ୍ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାରେ ଟ୍ରାଫିକ୍ ପୋଷ୍ଟ ଦାୟିତ୍ବରେ ରହୁଥିବା ୬୨ ଜଣ ଇନସପେକ୍ଟର ଏବ˚ ଏସ୍ଆଇଙ୍କୁ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପୂର୍ବରୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀ କରୁଥିବା ଚାଳକଙ୍କ ଜରିମାନା ରସିଦ ବହି ସହାୟତାରେ କଟାଯାଉଥିବାରୁ ନିର୍ଦ୍ଦିଷ୍ଟ ଚାଳକ କେତେଥର ଜରିମାନା ଦେଉଥିଲେ, ସେ ସମ୍ପର୍କିତ ତଥ୍ୟ ସ˚ରକ୍ଷିତ ରଖିବାରେ ସମସ୍ୟା ହେଉଥିଲା।

 

ଏବେ ଉକ୍ତ ଇ-ଚାଲାଣ ମେସିନ୍ ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ସର୍ଭର ସହିତ ଇଣ୍ଟରନେଟ ସ˚ଯୋଗ କରାଯିବ। ଯଦ୍ବାରା ଚାଳକଙ୍କ ପୂର୍ବ ଜରିମାନା ସ˚କ୍ରାନ୍ତ ତଥ୍ୟ ଗଚ୍ଛିତ କରି ରଖାଯାଇପାରିବ। ଚାଳକ ଜଣକ ଦ୍ବିତୀୟ ଥର ନିୟମ ଖିଲାଫ କଲେ, ଦୁଇଗୁଣ ଜରିମାନା ରାଶି ପ୍ରଦାନ କରିବାକୁ ପଡ଼ିବ। ଅନ୍ୟପଟେ ପଶ୍ଚିମବଙ୍ଗ ସୀମାରୁ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ଓଡ଼ିଶା ଦେଇ ଯାଇଥିବା ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ାକଡ଼ି କରାଯିବ ପେଟ୍ରୋଲିଂ ବ୍ୟବସ୍ଥା। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ୫ଟି ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ଜଳେଶ୍ବରରୁ ଗିରିଶୋଳା, ମଙ୍ଗୁଳିରୁ ସମ୍ବଲପୁର, ସମ୍ବଲପୁରରୁ ରାଉରକେଲା, ଭୁବନେଶ୍ବରରୁ ପୁରୀ, ସମ୍ବଲପୁରରରୁ ସୋହେଲା ପର୍ଯ୍ୟନ୍ତ ଏହି ପେଟ୍ରୋଲିଂ ବ୍ୟବସ୍ଥା କରାଯିବ।

 

ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟିର ଅର୍ଥ ପ୍ରଦାନ କରାଯାଇଥିଲା। ଏହି ଅର୍ଥରେ ପେଟ୍ରୋଲିଂ ପାଇଁ ପିସିଆର୍ ଭ୍ୟାନର ତେଲ ଖର୍ଚ୍ଚ, ରୋଡ ବ୍ଲକ ସମୟରେ ଆବଶ୍ୟକ ପର୍ଯ୍ୟାପ୍ତ ପୁଲିସ ବଳ ଏବ˚ ଅଧିକ ଗାଡ଼ି ମୁତୟନ ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯିବ। ଖୁବ ଶୀଘ୍ର ପେଟ୍ରୋଲିଂରେ ନିୟୋଜିତ ହେବାକୁ ଥିବା ରାଜପଥ ପାର୍ଶ୍ବବର୍ତ୍ତି ଥାନାର ପୁଲିସ ଅଫିସରମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଲିମ ପ୍ରଦାନ କରାଯିବ। ତାଲିମ ଶେଷ ହେବା ପରେ ସେମାନେ ନିୟମିତ ଭାବେ ପାଟ୍ରୋଲି˚ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ଏହାସହ ରାସ୍ତାରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଯେଉଁମାନେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଥିବେ ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି ।

Comments are closed.