ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା: ୧୨ ଯାତ୍ରୀଙ୍କ ମୃତ୍ୟୁ ସୂଚନା

33

କନକ ବ୍ୟୁରୋ : ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୨ଜଣଙ୍କର ମୃତ୍ୟୁ ଘଟିଛି । ବିମାନଟି ପାହାଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଇଣ୍ଡୋନେସିଆ ବାୟୁସେନାର ପ୍ରଶିକ୍ଷଣ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଭାରତୀୟ ସମୟ ସକାଳ ୬ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । ହରକୁଲେସ ସି-୧୩୦ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଏହି ଦୁର୍ଘଟଣା ପାପୁଆ ପ୍ରଦେଶର ଲିଥୁଆ ପାହାଡ ନିକଟରେ ହୋଇଛି । ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇଛି । ମୃତକଙ୍କ ଶବ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି ।