ଜେଟଲି ଅସୁସ୍ଥ, ପୁଣି ଫେରିଲେ ପୀୟୁଷ! ରେଳ ବିଭାଗ ସହ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

136

କନକ ବ୍ୟୁରୋ : କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପୀୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଉ ଏହାସହ ଆଗାମୀ ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା କରିବେ ପୀୟୁଷ ଗୋଏଲ ।

arun jeitlyଏବେ ପୀୟୁଷ ଗୋଏଲ ମୋଦି ସରକାରରେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସୂଚନା ଅନୁଯାୟୀ, ଗତ ସପ୍ତାହରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସିତ ହେବା ପାଇଁ ହଠାତ୍ ଆମେରିକା ଯାଇଛନ୍ତି । ଏପରିକି ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ସେ ବଜେଟ ଅଧିବେଶନରେ ଉପସ୍ଥିତ ନ ରହି ପାରନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା । ତେବେ ନିଜେ ଅରୁଣ ଜେଟଲୀ ଫେବୃଆରୀ ୧ ସୁଦ୍ଧା ସ୍ୱଦେଶ ଫେରିଆସିବେ ବୋଲି ସୋସିଆଲ ମିଡିଆରେ କହିଥିଲେ ।

ପୀୟୁଷ ଗୋଏଲ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ନେଇନାହାନ୍ତି । ଏହାପୂର୍ବରୁ ମଧ୍ୟ ଯେତେବେଳେ କିଡନୀ ପ୍ରତ୍ୟାରୋପଣ ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ ସେତେବେଳେ ମଧ୍ୟ ପୀୟୁଷଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମିଳିଥିଲା ।