ମହଙ୍ଗାଇ ଲୋକଙ୍କ ଅଂଟା ଭାଙ୍ଗୁଥିଲା, ଆମେ ମହଙ୍ଗାଇର ଅଂଟା ଭାଙ୍ଗିଛୁ : ପୀୟୁଷ ଗୋୟଲ

୨୦୨୨ ମସିହାରେ ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ସମସ୍ତଙ୍କ ଘରେ ବିଜୁଳି ଥିବ। ଭାରତ ସମୃଦ୍ଧି ଓ ବିକାଶ ଅଭିମୁଖେ ଆଗେଇ ଚାଲିଛି।

113

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି।  ଅନ୍ତରୀଣ ବଜେଟ୍‌କୁ କ୍ୟାବିନେଟ୍‌ ମଞ୍ଜୁର କରିବା ପରେ ଅର୍ଥମନ୍ତ୍ରାଳୟ ଦାୟିତ୍ୱରେ ଥିବା ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍‌ ଅଭିଭାଷଣରେ ସରକାରଙ୍କର ସଫଳତା ବଖାଣିବା ସହ ମୁଖ୍ୟତଃ ଜନମଙ୍ଗଳ କାର‌୍ୟ୍ୟକ୍ରମ ଓ ପଦକ୍ଷେପ ଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି।ବଜେଟ୍‌ ଅଭିଭାଷଣରେ ସେ ପ୍ରକାଶ କରିଛନ୍ତି-

ଆମେ ନୂତନ ଭାରତ ଆଡ଼କୁ ଆଗେଇ ଚାଲିଛନ୍ତି। ୨୦୨୨ ମସିହାରେ ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ସମସ୍ତଙ୍କ ଘରେ ବିଜୁଳି ଥିବ। ଭାରତ ସମୃଦ୍ଧି ଓ ବିକାଶ ଅଭିମୁଖେ ଆଗେଇ ଚାଲିଛି।

ଆମେ ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବୃହତ୍‌ ଅର୍ଥନୀତି। ସ୍ୱାଧୀନତ୍ତୋର କାଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ସର୍ବାଧିକ ବୃଦ୍ଧିହାର କରାଇ ପାରୁଛୁ।

ଭାରତୀୟ ଅର୍ଥନୀତି ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ୮. ୨% ଏବଂ ଦ୍ୱିତୀୟ ଚଉଠରେ ୭.୧% ଅଭିବୃଦ୍ଧି କରାଇ ପାରିଛି। କ୍ଷମତାକୁ ଆସିବା ପରେ ସରକାର ବହୁ ପରିବର୍ତ୍ତନୀୟ ସଂସ୍କାର ଆଣିଛନ୍ତି। ଏଥିରୁ ଗୋଟିଏ ହେଲା ଜିଏସ୍‌ଟି।

ଏ ବର୍ଷ କରେଣ୍ଟ୍‌ ଆକାଉଣ୍ଟ୍‌ ଡେଫିସିଟ୍‌ ହେବ ଡିଡିପିର ୨. ୫%। ୨୦୧୮-୧୯ରେ ଏହାଥିଲା ୩. ୪%।

ମୁଦ୍ରାସ୍ଫୀତି ହେଉଛି ଏକ ଲୁକ୍କାୟିତ ଓ ମନ୍ଦ ଟିକସ। ୨୦୦୯-୧୪ ମଧ୍ୟରେ ଏହା ୧୦.୧ ଥିବା ବେଳେ ଆମେ ମେରୁହାଡ଼ ଭାଙ୍ଗୁଥିବା ମୁଦ୍ରାସ୍ଫୀତିକୁ ଭାଙ୍ଗୁଛୁ।

୨. ୬ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ୍‌ ରିକ୍ୟାପିଟାଲାଇଜେସନ୍‌ କରାଯାଇଛି। ବ୍ୟାଙ୍କ୍‌ ସେକ୍ଟରରେ ଯେଉଁ ବେଗରେ ସଂସ୍କାର ଚାଲିଛି ଅନ୍ୟ ବ୍ୟାଙ୍କ୍‌ ମଧ୍ୟ ଉଦ୍ଧାର ପାଇ ଯିବେ। ବ୍ୟାଙ୍କ୍‌ ଏବଂ ଋଣ ପ୍ରଦାନକାରୀ ସଂସ୍ଥା ତରଫରୁ ବଡ଼ ବଡ଼ ଋଣ ଖିଲାପକାରୀଙ୍କ ଠାରୁ ଆମ ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଉଦ୍ଧାର କରିଛନ୍ତି।