ନବୀନ ସରକାରଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର ! ଚିଠି ଲେଖିଲେ କେନ୍ଦ୍ର କୋଇଲା ମନ୍ତ୍ରୀ, ଓଡ଼ିଶାରେ ବାଧାପ୍ରାପ୍ତ ହୋଇପାରେ ପୁଜିଂନିବେଶ

25

କନକ ବ୍ୟୁରୋ : ଏମସିଏଲରେ କୋଇଲା ଉତ୍ପାଦନ କମିଥିବା ଯୋଗୁଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କୁ ଚିଠି ଲେଖିଛନ୍ତି କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ  । ବିରୋଧ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ରାଜ୍ୟକୁ ୮୯୨କୋଟି ଟଙ୍କାର କ୍ଷତି ହୋଇଛି ବୋଲି ପିୟୂଷ କହିଛନ୍ତି  । ଏହାସହ ରାଜ୍ୟରେ ପୁଂଜିନିବେଶ କମିବ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ । ଗତ ଅଢେଇ ବର୍ଷ ମଧ୍ୟରେ ୪୧୮ଥର କାମ ବନ୍ଦ ହୋଇଛି  । ଏବଂ ଏଥିପାଇଁ ୪୪.୨୨ ମିଲିୟନ ଟନ କୋଇଲା ଉତ୍ପାଦନର କ୍ଷତି ହୋଇଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି  ।

nabeen pattanaik ଏହାର ବିକ୍ରୀ ମୂଲ୍ୟ ପାଖାପାଖି ୪୪ ଶହ କୋଟି ଟଙ୍କା ହେବ । ଗତ ଅଢେଇ ବର୍ଷରେ ରାଜ୍ୟ ୮୯୨ କୋଟି ଟଙ୍କାର ରାଜସ୍ୱରୁ ବଂଚିତ ହୋଇଛନ୍ତି ରାଜ୍ୟ ସରକାର  । ଏବଂ ମାମଲା ରୁଜୁ କରିବା ପାଇଁ ପୁଲିସକୁ ୩୨୯ଥର ଏବଂ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ୮୯ଟି ପତ୍ରଲେଖା ଯାଇଥିଲେ ବି କିଛି ଫଳ ମିଳିନାହିଁ  । ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାକୁ ୨୦୨୦ ସୁଦ୍ଧା ୧ ବିଲିୟନ ଟନ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ କାମ କଲା ବେଳେ ବିରୋଧ ଯୋଗୁଁ ବାରମ୍ବାର ଏମସିଏଲର ମାଇନିଂ କାମ ବନ୍ଦ ହେଉଛି । ଏହି ବାଧା ପାଇଁ ସରକାରୀ ଜମିକୁ ମଧ୍ୟ କୋଇଲା ଖନନ ଓ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରଦାନରେ ବିଳମ୍ବ ଘଟୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ  ।