ବଜେଟର ୯ ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ! ପୀୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

154

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଜନିତ କାରଣରୁ ଚିକିତ୍ସା ପାଇଁ ଅରୁଣ ଜେଟଲି ବିଦେଶ ଗସ୍ତରେ ଥିବା ବେଳେ ତାଙ୍କ ସ୍ଥାନରେ ପିୟୁଷ ଗୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଚଳିତ ସରକାରଙ୍କ ଶେଷ ବଜେଟ ଆସନ୍ତା ଫେବୃଆରି ୧ ତାରିଖରେ ଉପସ୍ଥାପନ ହେବ । ତେଣୁ ଏହି ବଜେଟ ପିୟୁଷ ଗୋଏଲ କରିବା ସମ୍ଭାବନା ରହିଛି ।

ବଜେଟ୍ ଉପସ୍ଥାପନ ପାଇଁ ଆଉ ମାତ୍ର ୯ ଦିନ ଥିବା ବେଳେ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ପିୟୁଷ ଗୋଏଲଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଗତ ମେ ମାସରେ କେନ୍ଦ୍ର ମନ୍ତ୍ରୀ ଜେଟଲି କିଡନୀ ପ୍ରତିରୋପଣ ପାଇଁ ଚିକିତ୍ସାଧିନ ଥିବା ବେଳେ ପିୟୁଷ ଗୋଏଲ ହିଁ ଅର୍ଥମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ସମୟରେ ସେ ୧୦୦ ଦିନ ପାଇଁ ଏହି ଦାୟିତ୍ୱ ନେଇଥିଲେ ।