ଦୁଇ ଭାଗ ହେଲା ପୂର୍ବତଟ ରେଳବାଇ । ଦକ୍ଷିଣ ତଟ ରେଳପଥ ନାଁରେ ନୂଆ ରେଳ ଜୋନ ଘୋଷଣା ।

405

କନକ ବ୍ୟୁରୋ : ଦୁଇ ଭାଗ ହେଲା ପୂର୍ବତଟ ରେଳବାଇ । ପୁଣି ଏକ ନୂଆ ରେଳ ଜୋନକୁ ଆଜି ମଂଜୁରୀ ମିଳିଛି । ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ । ନୂଆ ରେଳ ଜୋନ୍ର ନାଁ ରହିବ ଦକ୍ଷିଣ ତଟ ରେଳପଥ । ବିଶାଖପାଟଣାରେ ରହିବ ଦକ୍ଷିଣ ତଟ ରେଳପଥର ମୁଖ୍ୟାଳୟ । ଦକ୍ଷିଣ ତଟ ରେଳପଥ ଅଧୀନରେ ରହିବ ଆନ୍ଧ୍ରପ୍ରଦେଶର ଗୁଂଟକଲ, ଗୁଂଟୁର ଏବଂ ବିଜୟୱାଡା ଡିଭିଜନ୍ । 

ୱାଲଟିୟର ଜୋନ୍ ଦୁଇ ଭାଗ ହୋଇ ଦୁଇ ଜୋନରେ ରହିବେ । ଦକ୍ଷିଣତଟ ରେଳପଥରେ ୱାଲଟିୟର ଡିଭିଜନରେ ଗୋଟିଏ ଜୋନ୍ ରହିବ । ଅନ୍ୟ ଜୋନଟି ନୂଆ ଡିଭିଜନରେ ପରିଣତ ହେବ । ପୂର୍ବତଟ ରେଳପଥ ଅଧିନରେ ରାୟଗଡାରେ ରହିବ ଏହାର ମୁଖ୍ୟାଳୟ । ହାଇଦ୍ରାବାଦ, ସିକନ୍ଦରାବାଦ ଏବଂ ନାନ୍ଦେଡ ଡିଭିଜନକୁ ନେଇ ସାଉଥ୍ ସେଂଟ୍ରାଲ ରେଲୱେ ହେବ ।