ଜେଲ ଭିତରେ କଏଦୀଙ୍କ ହାତରେ ବନ୍ଧୁକ : ୟୁପିର ଉନ୍ନାଓ ଜେଲରୁ ଭାଇରାଲ ହେଲା ଭିଡିଓ,ସନ୍ଦେହରେ ଜେଲ କର୍ମଚାରୀଙ୍କ ଭୂମିକା

167

କନକ ବ୍ୟୁରୋ : କଏଦୀ ହାତରେ ବନ୍ଧୁକ । ବିହାର ଓ ୟୁପି ଭଳି ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଜୋରସୋରରେ ଚାଲିଛି । କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଭିଡିଓ । ଭିଡିଓରେ ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ଡାଏଲଗ ମାରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବ୍ୟକ୍ତି ଜଣକ ଜେଲର ଚାରିକାନ୍ଥ ଭିତରେ ରହି ଏଭଳି ଖୋଲାଖୋଲି ବନ୍ଧୁକ ଦେଖାଇ ଧମକ ଚମକ ଦେଉଛନ୍ତି । ଉତର ପ୍ରଦେଶ ଉନ୍ନାଓ ଜେଲରେ ଆଜୀବନ ସଜା ଭୋଗୁଥିବା ଦୁଇଜଣ ଅପରାଧୀ ଏମିତି ବନ୍ଧୁ ଦେଖାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା ।

ସବୁଠାରୁ ବଡକଥା ହେଉଛି କଡା ସୁରକ୍ଷା ଭିତରେ ଜେଲରେ ରହୁଥିବା କଏଦୀଙ୍କ ନିକଟକୁ ବନ୍ଧୁକ କିଭଳି ଆସିଲା । ଆଉ ଏହାକୁ ଦେଖାଇବା ସହ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଦିଆଗଲା । ଘଟଣାରେ ଜେଲ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । କୁଖ୍ୟାତ ଅପରାଧୀ ରହୁଥିବା ଜେଲ ଭିତରକୁ ବନ୍ଧୁୁକ ଭଳି ମାରଣାସ୍ତ୍ର ପହଂଚିିଯାଉଛି । ଅଥଚ ଏ ବାବଦରେ କେହି କିଛି ଜାଣିପାରୁ ନାହାନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଉନ୍ନାଓ ଜେଲ ଅଧିକ୍ଷକଙ୍କ ରିପୋର୍ଟ ଆଧାରରେ ୪ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।