ପିପିଲିରେ ପ୍ରଚାର ସରଗରମ, ଲଗାତାର ୫ମ ଥର ବିଜୟ ଲକ୍ଷ୍ୟରେ ପ୍ରଦୀପ ମହାରଥୀ : ବିକାଶ ପ୍ରସଙ୍ଗରେ ଭୋଟ ମାଗୁଛି ବିଜେପି, ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ

125

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲ ବିଧାନସଭା ଆସନରେ ଜୋର ଧରିଛି ପ୍ରଚାର । ତିନି ଦଳର ପ୍ରାର୍ଥୀ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗ ଧରି ଭୋଟରଙ୍କୁ ନିକଟକୁ ଯାଉଛନ୍ତି । ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଦୀପ ମହାରଥୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଲଗାତାର ୫ମ ବିଜୟ ଲକ୍ଷ୍ୟରେ ରହିଛନ୍ତି ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଦୀପ ମହାରଥୀ  । ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ମହାରଥୀ । ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ସେହିପରି ଅଜିତ ମଙ୍ଗରାଜ ଡୋର ଟୁ ଡୋର କ୍ୟାମ୍ପେନ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ମୋଦିଙ୍କୁ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

ସେପଟେ କଂଗ୍ରେସ ପିପିଲରେ କଂଗ୍ରେସ ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ରହିଆସିଛି । ଏହି ଆସନରୁ ଯୁଧିଷ୍ଠୀର ସାମନ୍ତରାୟଙ୍କୁ ଟିକେଟ୍ ଦେଇଥିଲା ଦଳ । ହେଲେ ବିଳମ୍ବରେ ଟିକେଟ ମିଳିଥବା ଅଭିଯୋଗ କରି ଟିକେଟ ଫେରାଇ ଦେଇଥିଲେ । ଆଉ ତା’ପରେ ପିପିଲ ପାଇଁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେ ଘରକୁ ଘର ଯାଇ ପ୍ରଚାର କରିବା ସହ ଲୋକଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛନ୍ତି ।

ଅନ୍ୟପଟେ ବିଜେଡି ଗଡ଼କୁ ଧସେଇ ପସିବା ପାଇଁ ବିଜେପି କ୍ୟାମ୍ପରେ ରଣନୀତି ପ୍ରସ୍ତୁତ କରିଛି ପିପିଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛି । ଆଶ୍ରିତ ପଟ୍ଟନାୟକ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ପିପିଲି ଚେୟାମ୍ୟାନ୍ ଥିବା ସହ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପିପିଲି କଂଗ୍ରେସର ଜିଲ୍ଲାପରିଷଦ ପ୍ରାର୍ଥୀ ଥିଲେ । କିନ୍ତୁ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଆଶ୍ରିତଙ୍କୁ ଟିକେଟ୍ ମିଳିଲାନି । ତେଣୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଏବଂ କଂଗ୍ରେସ ଦୁଇଫାଳ ହୋଇଥିଲା । ଯାହାଫଳରେ ଯୁଧିଷ୍ଠିର ପରାଜୟ ହୋଇଥିଲେ । ତେବେ ଗତଥର ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ୧୮ ହଜାର ଭୋଟ ପାଇଥିବାରୁ ତାଙ୍କୁ ବିଜେପି ଟିକେଟ ଦେଇଛି । ଏବେ ଆଶ୍ରିତ ପିପିଲି ବିଜେପି ମଙ୍ଗ ଧରିଛନ୍ତି ।