ହାଇକୋର୍ଟରେ ପିପିଲି ମାମଲା ! ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ ହାଇକୋର୍ଟରେ ଅପିଲ୍ କଲା କ୍ରାଇମବ୍ରାଞ୍ଚ ।

103

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା । ହାଇକୋର୍ଟ ଗଲା ପିପିଲି ମାମଲା । ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍ କରିଛି କ୍ରାଇମବ୍ରାଞ୍ଚ । ମାମଲାର ବିଚାର କରି ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅପିଲ କରିଛି କ୍ରାଇମବ୍ରାଞ୍ଚ । ଡିସେମ୍ବର ୨୪ ତାରିଖରେ ଏହି ମାଲାରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶୁଣାଣି କରି ୨ ଅଭିଯୁକ୍ତକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଅଭିଯୁକ୍ତ ଖାଲାସ୍ ହୋଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏପରିକି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ ମଧ୍ୟ ଚାଲିଗଲା । କାରଣ ବିବାଦୀୟ ମନ୍ତବ୍ୟ ଦେଇ ଛନ୍ଦି ହୋଇପଡ଼ିଥିଲେ ମହାରଥୀ । ଏହାପରେ ଏହି ମାମଲାକୁ ହାଇକୋର୍ଟରେ ଅପିଲ୍ କରି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛି କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ଓ ମାମଲାରେ ତଳ କୋର୍ଟ ପଡିଛି ପୂର୍ଣ୍ଣଛେଦ ଟାଣିଥିବାବେଳେ ପୁଣି ଏହି ମାମଲାର ଖୋଳତାଡ଼ ଆରମ୍ଭ ହେବ । ୨୦୧୧ ମସିହା ୨୯ ନଭେମ୍ବରରେ ପିପିଲି ଥାନା ଅର୍ନ୍ତଗତ ଅର୍ଜୁନଗୋଦାରେ ଦଳିତ ଝିଅ ସହ ଅମାନୁଷିକ ଭାବେ ଗଣ ଦୁଷ୍କର୍ମ ହୋଇଥିଲା । ଯାହାକୁ ନେଇ ରାଜ୍ୟ ସାରା ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସେପଟେ ପିପିଲି ପିଡ଼ୀତାଙ୍କୁ ନ୍ୟାୟ ମିଳିବା ପାଇଁ ବାରମ୍ବାର ପରିବାର ଲୋକେ ଦାବି କରି ଆସୁଥିଲେ ମଧ୍ୟ ତଳକୋର୍ଟରୁ ୨ ଅଭିଯୁକ୍ତ ନିର୍ଦ୍ଦୋଶ ହେବାପରେ ଭାଙ୍ଗି ପଡ଼ିଥିଲେ ପରିବାର ବର୍ଗ । ରାଜ୍ୟ ସରକାର ମଧ୍ୟ ବାରମ୍ବା ଏହି ମାମଲାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହ ନେଇ ପିଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି କହିଥିଲେ ନବୀନ । ଏବେ ହାଇକୋର୍ଟ ଗଲା ଏହି ମାମଲା ଆଉ ପିପିଲି ପୀଡ଼ିତା ନ୍ୟାୟ ପାଇବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।