ପିପିଲି ରାସ୍ତାରେ ମହାଭାରତ : ବସ୍ ଧକ୍କାରେ ଦଂପତିଙ୍କ ମୃତ୍ୟୁ ପରେ ତିନି ତିନିଟି ବସ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

46

କନକ ବ୍ୟୁରୋ : ରମଜାନ ପାଇଁ ବଜାର ସଉଦା କରିବାକୁ ଯାଇଥିବା ପରିବାରର ମୁରବି ଆଉ ଫେରିଲେ ନାହିଁ । ବାପା, ମାଆଙ୍କ ଫେରିବା ବାଟକୁ ଚାହିଁ ବସିଥିବା ପିଲାଙ୍କ ପାଖରେ ପହଂଚିଲା ସେମାନଙ୍କ ମୃତ୍ୟୁ ଖବର । ବସ୍ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଖବର ପହଂଚିବା ପରେ ଗାଁ ଲୋକଙ୍କ ରାଗ ପଂଚମରେ ପହଂଚିଥିଲା ।

ଆଉ ତାର ପ୍ରତିଫଳନ ଦେଖିବାକୁ ମିଳିଲା ପିପିଲି ହାଟଛକରେ । ଦୁର୍ଘଟଣା ଘଟାଇଥିବା ବସ୍ ସମେତ ୩ଟି ବସକୁ ପୋଡି ପାଉଁଶ କରିଦେଲେ ଉତ୍ତ୍ୟକ୍ତ ଲୋକ । ଏପରିକି ପରିସ୍ଥିତି ଶାନ୍ତ କରିବାକୁ ଆସିଥିବା ପୋଲିସକୁ ବି ଛାଡିଲେନି । ବାଡେଇଲେ, ଟେକା-ପଥର ମାଡ କଲେ । ପୋଲିସ୍ ଉପସ୍ଥିତିରେ ଆଇନକୁ ହାତକୁ ନେଲେ । ହଜାରେରୁ ଅଧିକ ଲୋକଙ୍କ ଆକ୍ରୋଶରେ ଏକପ୍ରକାର ରଣକ୍ଷେତ୍ର ପିପିଲି ଜାତୀୟ ରାଜପଥ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –