କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପରକୁ ଅଣ୍ଡାମାଡ ଘଟଣା : ପିପିଲିରେ ବିଜେଡିର ପ୍ରତିବାଦ

35

ପିପିଲି : ବିଜେଡି ବନାମ ବିଜେପି । ବଲଙ୍ଗୀରରେ ଅଣ୍ଡାମାଡ, ପିପିଲିରେ ରାସ୍ତାରୋକ । ବିଜେପି କର୍ମୀ ଅଣ୍ଡା ଫିଙ୍ଗିବା ଘଟଣାରେ ପିପିଲି ବିଜେଡିର ପ୍ରତିବାଦ । ବିଜେଡି କର୍ମୀ ରାସ୍ତାରୋକ କରିବା ଯୋଗୁଁ ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଫଳରେ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି କୃଷି ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ବଲାଙ୍ଗୀରରେ ଅଣ୍ଡାମାଡର ପ୍ରତିବାଦ କରାଯାଇଛି ।

ମହାରଥୀଙ୍କୁ ଅଣ୍ଡାମାଡ ପ୍ରତିବାଦରେ ପିପିଲି ବିଜେଡି ପକ୍ଷରୁ ପିପିଲି ଟୋଲଗେଟ୍ ନିକଟରେ କରାଯାଇଥିବା ରାସ୍ତାରୋକ ହଟିଛି । ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯିବା ପରେ ରାସ୍ତାରୋକ ହଟିଛି । ତେବେ ବିଜେଡି କର୍ମୀମାନେ ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡି ଅଟକାଇ ଥିଲେ । ଏମିତି କି କଲେଜ ବସକୁ ମଧ୍ୟ ଛାଡି ନାହାନ୍ତି ଆନ୍ଦୋଳନକାରୀ, ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।