ଘରକୁ ଫେରିଲେନି ବାପା ବୋଉ ! ଅପେକ୍ଷାରେ ତିନି ଝିଅ . . ଦେଖନ୍ତୁ ପିପିଲି ଦୁର୍ଘଟଣାର ଆଉ ଏକ ଚିତ୍ର

198

କନକ ବ୍ୟୁରୋ : ମୁସଲମାନଙ୍କ ପବିତ୍ର ରମଜାନ୍ ମାସ ଚାଲିଥିବା ବେଳେ ପରିବାର ପାଇଁ କିଣାକିଣି କରିବାକୁ ବାହାରିଥିଲେ ଦଂପତି । ସକାଳ ୮ଟା ବେଳେ ପିପିଲି ଅଭିମୁଖେ ବାହାରି ଥିବା ବେଳେ ପଛପଟୁ ଧକ୍କା ଦେଲା ବସ୍ । ଘରେ ଝିଅ ଚାହିଁ ବସିଥିଲା ବାପା ଫେରିଲେ ତା ପାଇଁ ସାଂଗରେ ଚୁନରୀ ନେଇ ଆସିବେ । ହେଲେ ବାପା ତ ଫେରିଲେନି, ଆସିଲା ବାପା ମାଙ୍କ ଦୁଃଖଦ ଖବର ।

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦାଣ୍ଡମୁକୁନ୍ଦପୁର ଯାଜପୁର ଗାଁର ହାଡୁ ଖାଁ ଓ କୁନି ବିବି । ବର୍ଷେ ତଳେ ଏକମାତ୍ର ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏବେ ଘରେ ୩ ଟି ଝିଅ । ପରିବାର ମୁରବୀଙ୍କ ଏଭଳି ଅକସ୍ମାତ ମୃତ୍ୟୁ ଏମାନଙ୍କୁ ଶକ୍ତ ଆଘାତ ଦେଇଛି । ପରିବାର ଉପରେ ଏବେ ଭାଙ୍ଗିପଡିଛି ଦୁଃଖର ପାହାଡ ।