ବିଜେପିର ୨୨ ଜଣିଆ ବିଧାନସଭା ତାଲିକାରେ ଜଣେ ମାତ୍ର ମହିଳା ! ଦିଗପହଣ୍ଡିିରୁ ନିର୍ବାଚନ ଲଢ଼ିବେ ପିଙ୍କି ପ୍ରଧାନ

3,616
କନକ ବ୍ୟୁରୋ : କଂଗ୍ରେସ ସହ ବିଜେପି ମଧ୍ୟ ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣେ ମହିଳାଙ୍କୁ ଟିକେଟ ଦେଇଛି ବିଜେପି । ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିବେ ପିଙ୍କି ପ୍ରଧାନ । ପୂର୍ବରୁ ମଧ୍ୟ ବିଜେପି ଘୋଷଣା କରିଥିବା ୯୯ ଜଣିଆ ତାଲିକାରେ ମାତ୍ର ୮ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା ବିଜେପି । ୧୨୧ ଟି ସିଟରୁ ମାତ୍ର ୨ ଜଣ ମହିଳାଙ୍କୁ ଟିକେଟ ଦେଇଛି ବିଜେପି । ଏଥିରୁ ସ୍ପଷ୍ଟ ହେଉଛି ମହିଳା ପ୍ରାର୍ଥୀଙ୍କ ଉପରେ ଭରସା କରୁନି ବିଜେପି ।
ଏଥର ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ନିର୍ବାଚନ ଲଢ଼ିବେ । ପ୍ରଥମ ଥର ପାଇଁ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି । ସେପଟେ ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା । ପୂର୍ବରୁ ବିଜେଡ଼ି ଦିଗପହଣ୍ଡିରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦେଇଛି ଟିକେଟ । ଚଳିତ ନିର୍ବାଚନରେ  ପିଙ୍କି ପ୍ରଧାନ, ସୂର୍ଯ୍ୟ ନାରାୟଣ ପାତ୍ର ଓ ପ୍ରଫୁଲ୍ଲ ପଣ୍ଡାଙ୍କ ମଧ୍ୟରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ ।
୨୦୧୪ରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡିରୁ ନିର୍ବାଚନ ଜିତିଥିଲେ । ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ୭୮,୯୪୯ ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ଦ୍ୱିତୀୟ ରହି ୩୩,ହ୫୨ ଟି ଭୋଟି ପାଇଥିଲେ । ତୃତୀୟରେ ଥିବା ବିଜେପି ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁଙ୍କୁ ମିଳିଥିଲା ମାତ୍ର ୭,୭୭୧ ଟି ଭୋଟ । ଚଳିତ ଥର କିନ୍ତୁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ ଓ ବିଜେପି । ଅନ୍ୟପଟେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପୁଣି ମିଳିଛି ଟିକେଟ ।
ସୂଚନାଯୋଗ୍ୟ ପୂର୍ବ ତାଲିକାରେ ସୁନ୍ଦରଗଡ ପାଇଁ କୁସୁମ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା. ନିମାପଡ଼ା ପାଇଁ ପ୍ରଭାତି ପରିଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ସେହିପରି ଖଲ୍ଲିକୋଟରୁ ଭାରତୀ ବେହେରା, ରଣପୁର ସୁରମା ପାଢୀ, ନୟାଗଡ ଇରାନୀ ରୟ, ଉଦୟଗିରି ଅର୍ଚ୍ଚନା ପ୍ରଧାନ ଓ ବିଂଝାରପୁର ଆସନରୁ ବବିତା ମଲ୍ଲିକଙ୍କୁ ଟିକେଟ ଦେଇଥିଲା ଦଳ ।