ଖୁବ ଶୀଘ୍ର ବଦଳିବ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଗୋଲାପୀ ଶାଢିର ରଙ୍ଗ

129

କନକ ବ୍ୟୁରୋ : ବଦଳିବ ଦିଦିଙ୍କ ୟୁନିଫର୍ମ । ଆଉ ଗୋଲାପି ଶାଢି ପିନ୍ଧିବେନି ଶିକ୍ଷୟିତ୍ରୀ । ବଦଳିବ ଶାଢିର ରଂଗ । ଆସନ୍ତା ଶିକ୍ଷାବର୍ଷରୁ ନୂଆ ରଙ୍ଗର ଶାଢିରେ ଆସିବେ ଶିକ୍ଷୟିତ୍ରୀ । ଗୋଲାପୀ ରଂଗର ଶାଢି ପିନ୍ଧିବାକୁ ଏବେ ରୋକଠୋକ୍ ମନା କରୁଛନ୍ତି ଦିଦି।

ଗୋଲାପୀ ରଂଗକୁ ନେଇ ବଢିଚାଲିଛି ଟାହି ଟାପରା । ଓଡିଆ ଆଲବମ୍ ଆଉ ଫିଲ୍ମରେ ବି ଗୋଲାପୀ ରଂଗକୁ ଭଳିକି ଭଳି ଗୀତ । ଯାତ୍ରାରେ ବି ଏହି ରଂଗକୁ ନେଇ ଅନେକ କମେଂଟ୍ ଆଉ କମେଡି । ଯାହାର ଶୀକାର ହେଉଛନ୍ତି ଏହି ରଂଗର ଶାଢି ପିନ୍ଧୁଥିବା ଶିକ୍ଷୟିତ୍ରୀ । ଫଳରେ ଅନେକ ଶିକ୍ଷୟତ୍ରୀ ଏବେ ଗୋଲାପୀ ଶାଢି ପିନ୍ଧିବାକୁ ଅମଙ୍ଗ ହେଉଛନ୍ତି ।

ଗୋଲାପୀ ଶାଢି ସହ ଶିକ୍ଷକଙ୍କ ୟୁନିଫର୍ମ ବି ବଦଳିବ । ଗୋଟିଏ ରଂଗର ପ୍ୟାଂଟ ସାର୍ଟ ପିନ୍ଧିବେ ଶିକ୍ଷକ ଆଉ ସମାନ ରଂଗର ଶାଢୀ-ବ୍ଲାଉଜ୍ ପିନ୍ଧିବେ ଶିକ୍ଷୟିତ୍ରୀ । ଏପରିକି ପ୍ରାଥମିକ ସ୍କୁଲ୍ ଓ ହାଇସ୍କୁଲ ଶିକ୍ଷକଙ୍କ ଏକା କଲରର ୟୁନିଫର୍ମ କରିବାକୁ ଯୋଜନା କରୁଛି ଗଣଶିକ୍ଷା ବିଭାଗ।

ବର୍ତମାନ ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ମାନେ ଗୋଲାପୀ ରଂଗର ଶାଢି ପିନ୍ଧୁଛନ୍ତି । ସେହିପରି ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କ ପାଇଁ ରହିଛି ମେରୁନ ଧଡିରେ ଟସର ରଂଗର ଶାଢି । ଏଭଳି ସ୍ଥିତିରେ ୟୁନିଫର୍ମ ରଂଗ ବଦଳାଇବା ନେଇ ବାରମ୍ବାର ଦାବି କରୁଛନ୍ତି ଶିକ୍ଷୟିତ୍ରୀ ।