ତ୍ରିରଙ୍ଗା ପଛର ପୁରା କାହାଣୀ! ଜାଣନ୍ତୁ କିପରି ରାଷ୍ଟ୍ରୀୟ ଧ୍ୱଜ ହେଲା ତ୍ରିରଙ୍ଗା ।

214

ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗାକୁ ଆମେ ସଲାମ କରିଥାଉ । ତ୍ରିରଙ୍ଗାର ସମ୍ମାନ ରକ୍ଷା କରିବା ପାଇଁ ଆମେ ଆମର ଜୀବନ ମଧ୍ୟ ଉତ୍ସର୍ଗ କରିଦେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ତ୍ରିରଙ୍ଗାକୁ ସମସ୍ତେ ଏତେ ଭଲ ପାଆନ୍ତି ସେହି ତ୍ରିରଙ୍ଗାକୁ ଡିଜାଇନିଂ କେଉଁ ବ୍ୟକ୍ତି କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ମହାନ ବ୍ୟକ୍ତିଙ୍କୁ ଯିଏ ଆମ ଦେଶର ତ୍ରିରଙ୍ଗା ପତାକାକୁ ଏତେ ସୁନ୍ଦର ଭାବରେ ତିଆରି କରିଛନ୍ତି । ପ୍ରକୃତରେ ଇଂରେଜଙ୍କ ବିରୁଦ୍ଧରେ ଅନେକ ସ୍ୱାଧିନତା ସଂଗ୍ରାମୀ ଦେଶକୁ ସ୍ୱାଧିନ କରିବା ପାଇଁ ଲଢୁଥିଲେ । ସେହି ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରୁ ପିଙ୍ଗଲି ଭେଙ୍କୟା ନାମକ ଜଣେ ସଂଗ୍ରାମୀ ଆମ ଦେଶ ଭାରତର ତ୍ରିରଙ୍ଗା ପତାକାକୁ ଡିଜାଇନ କରିଥିଲେ । ଭାରତ ମାତା ପାଇଁ ଏଭଳି ଏକ ମହାନ କାର୍ଯ୍ୟ କରିଥିବା ବ୍ୟକ୍ତି ଭେଙ୍କୟାଙ୍କ ଜନ୍ମ ଦିବସ ଅଗଷ୍ଟ ୨ ତାରିଖରେ ପଡିଥାଏ । କିନ୍ତୁ ଆଜି ଯାଏ ତାଙ୍କୁ ସେପରି କୌଣସି ସମ୍ନାନ ମିଳିପାରି ନାହିଁ ଯେଉଁ ସମ୍ମାନର ସେ ହକଦାର ଅଟନ୍ତି ।

୧୪୨ ବର୍ଷ ପୂର୍ବର କଥା, ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପତ୍ତନମ ନିକଟବର୍ତ୍ତି ଏକ ଗାଁରେ ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମ ହୋଇଥିଲା । ସେ ୧୯ ବର୍ଷ ବୟସରେ ବ୍ରିଟିସ ଆର୍ମିରେ ଯୋଗ ଦେଇ ତାଙ୍କର କ୍ୟାରିଅରର ସୁଭାରମ୍ଭ କରିଥିଲେ । ବ୍ରିଟିସ ଆର୍ମିିରେ ଥିବା ଅବସ୍ତାରେ ଏକ ଯୁଦ୍ଧରେ ମହାତ୍ମା ଗାନ୍ଧିଙ୍କ ସହ ତାଙ୍କର ଦେଖା ହୋଇଥିଲା । ମହାତ୍ମା ଗାନ୍ଧିଙ୍କ ସହ ଦେଖା ହେବା ପରେ ତାଙ୍କ ମନରେ ଦେଶ ପ୍ରେମ ଜାଗି ଉଠିଥିଲା । ପରେ ସେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରେ ସ୍ୱାଧିନତା ସଂଗ୍ରାମୀ ଭାବେ ଯୋଗ ଦେଇଥିଲେ ।

୧୯୨୧ରେ ପେରଥମ ଥର ଦିଆଯାଇଥିଲା ଡିଜାଇନ

ପାଞ୍ଚ ବର୍ଷ ଯାଏ ପ୍ରାୟ ୩୦ ଦେଶର ପତାକା ବିଷୟରେ ଗମ୍ଭିରତାର ସହ ରିସର୍ଚ୍ଚ କରିବା ପରେ ୧୯୨୧ରେ ପ୍ରଥମ ଥର ଭାରତୀୟ ପତାକାର ଡିଜାଇନକୁ ଭେଙ୍କୟା ସମସ୍ତଙ୍କ ସମ୍ନାରେ ରଖିଥିଲେ । ସେହି ପତାକାରେ ପ୍ରଥମେ ଦୁଇଟି ରଙ୍ଗ ଲାଲ ଏବଂ ସବୁଜ ରହିଥିଲା । ଏହି ଦୁଇଟି ରଙ୍ଗ ହିନ୍ଦୁ ଏବଂ ମୁସଲମାନଙ୍କୁ ସୁଚାଉଥିଲା । ପରେ ଅନ୍ୟ ଧର୍ମର ଲୋକମାନଙ୍କ ପାଇଁ ମହାତ୍ମା ଗାନ୍ଧି ମଝିରେ ଧଳା ରଙ୍ଗ ରଖିବା ପାଇଁ କହିଥିଲେ ଏବଂ ରାଷ୍ଟ୍ରୀୟ ପ୍ରଗତିର ପ୍ରତିକ ଭାବେ ଚରଖାକୁ ମଧ୍ୟ ପତାକା ମଧ୍ୟରେ ସ୍ଥାନ ଦେଇଥିଲେ । ପରେ ଏହି ପତାକାରେ ଥିବା ଲାଲ ରଙ୍ଗକୁ ବଦଳାଇ ଦିଆଯାଇ ନାରଙ୍ଗି ରଙ୍ଗ କରିଦିଆଗଲା ଓ ତ୍ରିରଙ୍ଗା ମଝିରେ ଦିଆଯାଇଥିବା ଚରଖା ଚିତ୍ରକୁ ସଂସୋଧନ କରାଯାଇ ଅଶୋକ ସ୍ତମ୍ବର ଚକ୍ରକୁ ରଖାଗଲା । ଏବଂ ୧୯୪୭ ମସିହା ଜୁଲାଇ ୨୨ ତାରିକରେ ସମ୍ବିଧାନ ଏହାକୁ ରାଷ୍ଟ୍ରୀୟ ଧ୍ୱଜର ଅଧିକାର ଦେଇଥିଲା । ଦେଶ ସ୍ୱାଧୀନ ହେବା ପରେ ଭାରତର ଆନ-ବାନ-ସାନର ପ୍ରତିକ ବନିପାରିଥିଲା ଏହି ତ୍ରିରଙ୍ଗା ପତାକା । ଏତେ ବଡ ମହାନ କାମ କରିବା ସତ୍ୱେ ବି ଭେଙ୍କୟାଙ୍କ ଜୀବନ ଅଭାବ ଅନାଟନରେ କଟିଥିଲା । ୧୯୬୩ରେ ବିଜୟବାଡାର ଏକ କୁଡିଆରେ ତାଙ୍କ ଦେହାନ୍ତ ହୋଇଥିଲା । ୨୦୦୯ରେ ତାଙ୍କ ଉପରେ ଏକ ଡାକ ଟିକେଟ ଜାରି ହେଲା । ପରେ ଚଳିତ ବର୍ଷ ଜାନୁଆରି ମାସରେ ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ ବିଜୟବାଡାର ଅଲ ଇଣ୍ଡିଆ ରେଡିଓ ବିଲ୍ଡିଙ୍ଗରେ ଭେଙ୍କୟାଙ୍କ ଏକ ପ୍ରତିମୁର୍ତ୍ତି ସ୍ଥାପନ କରିଛନ୍ତି ।