ବିମାନ ଭିତରେ ସିଗାରେଟ ଟାଣୁଥିଲେ କୋ-ପାଇଲଟ ! ଘଟିଲା କିଛି ଏଭଳି ଘଟଣା, ତଳକୁ ଖସିଲା ପ୍ଲେନ୍ ।

5

ଉଡାଯାହାଜରେ ଯାତ୍ରା କରିବା ବେଳେ ବିଭିନ୍ନ ପ୍ରକାର ନିୟମକୁ ମାନିବାକୁ ପଡିଥାଏ । ଯାତ୍ରୀ ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏୟାରଲାଇନ ବିଭିନ୍ନ ପ୍ରକାର ଆଇନି ତିଆରି କରିଛି ଯେପରିକି ଯାତ୍ରା କରିବା ସମୟରେ ମୋବାଇଲ, ଲ୍ୟାପଟପ ଆଦିକୁ ବନ୍ଦ କରିବାକୁ ପଡିଥାଏ । ସେହିଭଳି ନିଶା ଦ୍ରବ୍ୟ ମଧ୍ୟ ବିମାନରେ ବ୍ୟବହାର କରିବା ନିଷେଧ ହୋଇଥାଏ । ଯାତ୍ରୀମାନଙ୍କ ପାଇଁ ଏତେ କଟକଣା ଥିବା ବେଳେ ଚୀନର ଜଣେ କୋ- ପାଇଲଟ ଉଡାଯାହାଜରେ ଏପରି କିଛି କାମ କରିଛନ୍ତି ଯାହା ଏକ ପାଇଲଟ ପକ୍ଷେ କରିବା ଆଦ୍ୱଂ ଉଚିତ ନୁହେଁ ।

ମିଡିଆ ରିପୋର୍ଟ ଅନୁଯାୟୀ, ଘଟଣାଟି ଜୁଲାଇ ୧୦ ତାରିଖରେ ଘଟିଥିଲା । ବିମାନରେ ପ୍ରାୟ ୧୫୩ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ବିମାନରେ ଥିବା ଜଣେ କୋ- ପାଇଲଟ ବିମାନରେ ଇଲୋକ୍ଟ୍ରୋନିକ ସିଗାରେଟ ଟାଣିଥିଲେ । ସିଗାରେଟର ଧୁଆଁ ବିମାନରେ ନବ୍ୟାପିବା ପାଇଁ କୋ-ପାଇଲଟ ବିମାନର ଏୟାର କଣ୍ଡିସନକୁ ବନ୍ଦ କରିଦେଇଥିଲେ । ଯାହାଫଳରେ ବିମାନ ୩୫୦୦୦ ଫୁଟରୁ ୨୫୦୦୦ ଫୁଟ ପର୍ଯ୍ୟନ୍ତ ଖସିଆସିଥିଲା ।

ସାଉଥ ଚାଇନା ପୋର୍ଟ ମୁତାବକ, ବିମାନରେ ଅଧିକାରୀ ସିଗରେଟ ଟାଣୁଥିଲେ କି ନାହିଁ ଏବେ ଏହାର ଯାଞ୍ଚ କରାଯାଉଛି । ଯଦି କୋ-ପାଇଲଟ ସିଗରେଟ ଟାଣୁଥିବା ଜଣାପଡେ ତେବେ ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷପ ନିଆଯିବ ।

Comments are closed.