ପାଇଲଟଙ୍କ ଭିନ୍ନ ଅନ୍ଦାଜରେ ପ୍ରେମ ନିବେଦନ : ପ୍ରେମିକାଙ୍କ ମନ ଜିଣିବା ପାଇଁ ହଜାର ଫୁଟ୍ ଉପରକୁ ପଠାଇଲେ ମୁଦି ।

206

ପ୍ରେମିକା ପ୍ରତି ଥିବା ପ୍ରେମକୁ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିବା ପାଇଁ ପ୍ରେମିକ କେତେବେଳେ ପାଣି ଭିତରେ ତ ଆଉ କେତେବେଳେ ବିମାନ ମଝିରେ ପ୍ରେମ ନିବେଦନ କରେ । କିନ୍ତୁ ଏବେ ସୋସିଆଲ ମିଡିଆରେ ଭିନ୍ନ ଏକ ପ୍ରେମ ନିବେଦନର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଏୟାରଫୋର୍ସର ପାଇଲଟ୍ ଭିନ୍ନ ଅନ୍ଦାଜରେ ନିଜ ବାନ୍ଧବୀଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଆମେରିକା ଏୟାର ଫୋର୍ସର ପାଇଲଟ୍ ଷ୍ଟୁଆର୍ଟ୍ ସିପ୍ପି ନିଜ ବାନ୍ଧବୀ ମେରୀ ଲିମସନଙ୍କୁ ପ୍ରେମ ନିବେଦନ କରିବା ପାଇଁ ଏକ ବେଲୁନ ଯୋଗେ ମୁଦିକୁ ଆକାଶକୁ ପଠାଇଥିଲେ । ବେଲୁନଟି ନଷ୍ଟ ହେବା ପୂର୍ବରୁ ଏହା ଆକାଶରେ ୯୦ ହଜାର ଫୁଟ୍ ଯାତ୍ରା କରି ପୁଣି ଫେରିଆସିଥିଲା ।

ଷ୍ଟୁଆର୍ଟ ଆମେରିକାର ମିସୁରରେ ରୁହନ୍ତି। ଫାଇଟର ବିମାନ ଚାଳକ ଷ୍ଟୁଆର୍ଟ୍ କିଛି ବନ୍ଧୁଙ୍କ ସହ ମିଶି ମୁଦିକୁ ଆକାଶକୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । କିନ୍ତୁ ସେ ଅସଲ ବଦଳରେ ଏକ ନକଲି ମୁଦି ଆକାଶକୁ ପଠାଇଥିଲେ । ଯେଉଁ ବେଲୁନକୁ ବ୍ୟବହାର କରାଯାଇଥିଲା ସେଥିରେ କ୍ୟାମେରା ଲାଗିଥିଲା । ସେ କହିଛନ୍ତି ଯେ, ଏହି ଷ୍ଟଣ୍ଟକୁ ସଫଳ କରିବା ପାଇଁ ସେ ପାଇଲଟ୍ ଟ୍ରେନିଂ ଓ ଏୟାର ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ବ୍ୟବହାର କରିଥିଲେ । ମୁଦି ପଠାଇବା ପୂର୍ବରୁ ସେ ଅନେକ ଥର ମୁଦ୍ରାକୁ ଆକାଶକୁ ପଠାଇ ଟ୍ରାଏଲ୍ କରିଥିଲେ । ତେବେ ସେ ସଫଳ ହେବେ ବୋଲି କେବେ ବି ଭାବି ନଥିଲେ । ଯଦି କିଛି ଭୁଲ ହୋଇଥାନ୍ତା ତେବେ ଆଇଡିଆ ଫେଲ୍ ମାରିଥାନ୍ତା । ବେଲୁନ ଆକାଶରେ ନଷ୍ଟ ହେବା ପରେ ମୁଦିଟି ପୃଥିବୀ ପୃଷ୍ଠରେ ପଡିଥିଲା । ଜିପିଏସ ସାହାଯ୍ୟରେ ସେ ମୁଦିଟିକୁ ଖୋଜି ପାଇଥିଲେ । ଆକାଶରୁ ମୁଦି ଖସୁଥିବା ବେଳେ ଷ୍ଟୁଆର୍ଟ ମେରିଙ୍କୁ ପ୍ରେମ ନିବେଦନ କରିଥିଲେ ।