ବୈଷ୍ଣୋ ଦେବୀ ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର ! ମାଗଣାରେ ମଳିବ ୫ ଲକ୍ଷ ଟଙ୍କାର ଜୀବନ ବୀମା
କନକ ବ୍ୟୁରୋ : ଶ୍ରୀମାତା ବୈଷ୍ଣୋ ଦେବୀ ବୋର୍ଡ ପକ୍ଷରୁ ମନ୍ଦିର ଆସୁଥିବା ତୀର୍ଥ ଯାତ୍ରୀମାନଙ୍କ ସକାଶେ ମାଗଣାରେ ଦୁର୍ଘଟଣା ବୀମା ପାଇଁ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ଆଖପାଖରେ ଦୁର୍ଘଟଣାରେ କ୍ଷତିଗ୍ରସ୍ଥ ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ବୋର୍ଡ ପକ୍ଷରୁ ହୋଇଥିବା ୬୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଯାଇଥିଲା । ସତ୍ୟ ପାଲ ମଲ୍ଲିକ ବୋର୍ଡର ମଧ୍ୟ ଅକ୍ଷ୍ୟକ୍ଷ । ଏହି ବୈଠକରେ ସେ କହିଛନ୍ତି କି ବୋର୍ଡ ପକ୍ଷରୁ ତୀର୍ଥଯାତ୍ରୀଙ୍କ ସକାଶେ କରାଯିବାକୁ ଥିବା ବୀମା ଯୋଜନାକୁ ମଞ୍ଜୁରୀ ଦିଆଯାଉଛି ।