ବଦ୍ରିନାଥରେ ବରଫ ବର୍ଷା । ପ୍ରବଳ ତୁଷାରପାତ ଯୋଗୁଁ ଅଧା ବାଟରେ ଫଶି ରହିଛନ୍ତି ୪୨ ଜଣ ଓଡିଆ

ସଂପୃକ୍ତ ଲୋକ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବୋଲି ଜଣାପଡିଛି

149

କନକ ବ୍ୟୁରୋ: ଉତର ଭାରତରେ ତୁଷାରପାତ । ଉତରାଖଣ୍ଡରେ ବଦ୍ରିନାଥରେ  ତୁଷାରପାତ ହୋଇଛି । ଫଳରେ ସେଠାରେ ଫସିରହିଛନ୍ତି ୪୨ ଓଡିଆ । ସଂପୃକ୍ତ ଲୋକ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବୋଲି ଜଣାପଡିଛି । ସେମାନଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ ।

ବଦ୍ରିନାଥରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି ।  ଏଠାରେ  ମେରୁ ନଭେମ୍ବର ଯାଏଁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ  ଗତ ୫ ଦିନ ଧରି ପ୍ରବଳ ବର୍ଷା ଫଳରେ ବଦ୍ରିନାଥରେ  ଜୀବନଯାତ୍ରା ଠପ୍ ହୋଇଯାଇଛି । ସ୍ଥାନେ ସ୍ଥାନେ ବରଫ ଜମିଥିବାରୁ ପର୍ଯ୍ୟଟକ ଫସିରହିଛନ୍ତି ।  ବଦ୍ରିନାଥର ତାପମାତ୍ରା ବହୁ ତଳକୁ ଚାଲିଯାଇଛି ।  ବରଫପାତ ଯୋଗୁଁ  ବ୍ରଦିନାଥଙ୍କ ମନ୍ଦିର ଡିସେମ୍ବପରରୁପ୍ରାୟ ୫ ମାସ ଧରି ବନ୍ଦ ରହିଥାଏ ।

ଉଲ୍ଲେଖ ଥାଉ କି, ଉତର ଭାରତର ତିନିଟି ପାହାଡି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳପ୍ରଦେଶ , ଜମ୍ମୁକଶ୍ମୀର ଓ ଉତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁକଶ୍ମୀରର ଶ୍ରୀନଗର ସମେତ ଲଦାଖ ଓ ଲେହ ଅଂଚଳରେ ପ୍ରବଳ ତୁଷାର ପାତ ହୋଇଛି । ଚାରିଆଡେ ତୁଷାର ପଡିବା ଯୋଗୁଁ ସମଗ୍ର ଅଂଚଳ ଯେମିତି ଧଳା ଚାଦର ଘୋଡେଇ ହେବା ପରି ଲାଗୁଛି । ଧଳା ଚାଦରରେ ଘୋଡେଇ ହୋଇଛି ଘର ଦ୍ୱାରା, ଗଛ ପାହାଡ ।

ତୁଷାର ଜମା ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଏହାକୁ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ୯ବର୍ଷ ପରେ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ହିଁ ତୁଷାରପାତ ଆରମ୍ଭ ହୋଇଛି । ଅନ୍ୟପଟେ ତୁଷାରପାତ ଭରପୂର ମଜାନେବା ପାଇଁ ପର୍ଯ୍ୟଟକଙ୍କ ଭିଡ ଆରମ୍ଭ ହୋଇଛି । ସେହିପରି ଉତରାଖଣ୍ଡର ପାହାଡିଆ ଅଂଚଳରେ ତୁଷାରପାତ ହୋଇଛି । ସେପଟେ ତୁଷାରପାତ ଯୋଗୁଁ ପାରଦ ତଳମୁହାଁ ହୋଇଛି ଓ ଥଣ୍ଡା ବଢ଼ିବାରେ ଲାଗିଛି ।