ଖାଦ୍ୟରେ କାଚ ଖଣ୍ଡ ! ବର୍ଗର ଖାଇ ଲହୁଲୁହାଣ ହେଲେ ଯୁବକ 

252

ପୁନେର ଜଣେ ବ୍ୟକ୍ତିଙ୍କୁ ବର୍ଗରରେ କାଚ ଖଣ୍ଡ ମିଳିଲା, ଯଦ୍ୱାରା ତାଙ୍କ ମୁହଁ ରକ୍ତାକ୍ତ ହୋଇଯାଇଛି । ସୂଚନା ମୁତାବକ, ତାଙ୍କ ଗଳାରେ ଗଭୀର କ୍ଷତ ହୋଇଛି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

୩୧ ବର୍ଷୀୟ ସାଜିଦ୍ ପଠାନ ନିଜ ସାଙ୍ଗମାନଙ୍କ ସହ ‘ବର୍ଗର କିଙ୍ଗ’କୁ ଯାଇଥିଲେ । ଯେତେବେଳେ ସେ ବର୍ଗର ଖାଇଲେ, ତାଙ୍କ ଗଳାରେ ଲାଗିଗଲା । ଥୁକିବା ପରେ ମୁର୍ହରୁ ରକ୍ତ ବାହାରିବା ସହିତ କାଚ କଣ୍ଡ ମଧ୍ୟ ବାହାରିଲା । ସାଜିଦ୍ ଓ ତାଙ୍କ ସାଙ୍ଗ ବର୍ଗରରେ କାଚ ଖଣ୍ଡ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେମାନେ ବର୍ଗର କିଙ୍ଗ ଓ ତା’ କର୍ମଚାରୀ ବିରୁଦ୍ଧରେ ପୁଲିସରେ ଅଭିଯୋଗ ଦାଖଲ କଲେ । ଏହି ଘଟଣା ପରେ କମ୍ପାନୀର ପାଲଟା ଅଭିଯୋଗ, “ଦୋକାନକୁ ବଦନାମ କରିବାକୁ ଚେଷ୍ଟା ଓ ଟଙ୍କା ହଡପ କରିବାକୁ ଯୋଜନା । ଅଭିଯୋଗକାରୀ ଜାଣି ଶୁଣି କାଚ ମିଶାଇଥିଲେ ।”