୮ ଟି ଫଟୋରେ ଦେଖନ୍ତୁ ଦାନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣର ସମ୍ପୁର୍ଣ୍ଣ ଚିତ୍ର ! କିଭଳି ଉପାୟରେ ରିପୋର୍ଟର ଏବଂ କ୍ୟାମେରାମ୍ୟାନ୍ ବଞ୍ଚାଇଥିଲେ ନିଜ ଜୀବନ ।

1,051

ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ମଙ୍ଗଳବାର (ଅକ୍ଟୋବର ୩୦) ତାରିଖରେ ହୋଇଥିବା ନକ୍ସଲ ଆକ୍ରମଣରେ ମିଡିଆକର୍ମୀଙ୍କ ସମେତ ଦୁଇ ଯବାନଙ୍କ ମୃତ୍ୟୁ ହୋଇଯାଇଥିଲା । ଡିଡି ନ୍ୟୁଜର ରିପୋର୍ଟର ତଥା ସହାୟକ କ୍ୟାମେରାମ୍ୟାନ୍ ମୋରମୁକୁଟ ଶର୍ମା ଏହି ଆକ୍ରମଣରେ ନୁତନ ଜୀବନ ପାଇଥିବା ବେଳେ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଆକ୍ରମଣ ସମୟରେ ମୋରମୁକୁଟ ଶର୍ମା ପ୍ରସ୍ତୁତ କରିଥିବା ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ସେ ନିଜ ମା’ଙ୍କୁ ଖୁବ୍ ଭଲ ପାଉଥିବା କଥା କହିଛନ୍ତି ଏବଂ ମୃତ୍ୟୁ ଖୁବ୍ ନିକଟରେ ରହି ଡର ନଲାଗିବା କଥା କହୁଛନ୍ତି । ଆକ୍ରମଣ ସମୟରେ ସେ କ୍ୟାମେରାରେ କିଛି ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ । ଏହି ଫଟୋରେ ଆପଣ ସ୍ପଷ୍ଟଭାବରେ ଦେଖିପାରିବେ ଯେ କିଭଳି ଭାବରେ ଆକ୍ରମଣ ସମୟରେ ମିଡିଆକର୍ମୀଙ୍କ ମୁଣ୍ଡରେ ମୃତ୍ୟୁର ଖଡଗ୍ ଝୁଲୁଥିଲା । ତେବେ ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ ଡିଡି ନ୍ୟୁଜର ଲାଇଟ ଆସିଷ୍ଟାଣ୍ଟ ନିଜ କ୍ୟାମେରାକୁ ଚାଲୁ ରଖିଥିଲେ । ଦେଖନ୍ତୁ ସେ ସମୟରେ ନିଆଯାଇଥିବା କିଛି ଦୃଶ୍ୟ ।

ପ୍ରଥମ ଫଟୋ – ଏହି ଫଟୋରେ ଡିଡି ନ୍ୟୁଜର ପତ୍ରକାର ମୋର୍ ମୁକୁଟ ଶର୍ମା ସେଲ୍ଫି ନେଉଛନ୍ତି । ଏହି ଫଟୋରେ ରିପୋର୍ଟର ଧିରଜ୍ କୁମାର ଏବଂ ନକ୍ସଲ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଚ୍ୟୁତାନନ୍ଦ ସାହୁ ଏବଂ ପଛରେ ସୁରକ୍ଷାବଳଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।

ଦ୍ୱିତୀୟ ଏବଂ ତୃତୀୟ ଫଟୋ – ଏହି ଫଟୋଟି ଆକ୍ରମଣର ୧୦ ମିନିଟ୍ ପୂର୍ବରୁ ନିଆଯାଇଛି ଯେଉଁଥିରେ ରିପୋର୍ଟର ଧିରଜ୍ କୁମାର ସ୍ଥାନୀୟ ଲୋକଙ୍କୁ ଅଞ୍ଚଳର ବିକାଶ ବିଷୟରେ ପ୍ରଶ୍ନ କରୁଛନ୍ତି । ଏହି ଠାରୁ ହିଁ କଚ୍ଚା ରାସ୍ତା ଆରମ୍ଭ ହେଉଥିବାରୁ ସମସ୍ତେ ବୋଲେରୋରୁ ବାହାରି ବାଇକରେ ବସି ଘଟଣାସ୍ଥଳକୁ ଯାଉଛନ୍ତି ।

ଚତୁର୍ଥ ଫଟୋ – ଏହି ଫଟୋରେ ମୋର ମୁକୁଟ ଶର୍ମା ଜଣେ ଯବାନଙ୍କ ବାଇକରେ ବସି ଫଟୋ ଉଠାଉଛନ୍ତି ।

ପଞ୍ଚମ ଫଟୋ –ରାସ୍ତା କାମର ଚିତ୍ର ଦେଖାଇବାକୁ ଯାଇ ଏହି ଫଟୋ ଉଠାଯାଇଛି ।

ଷଷ୍ଠ ଫଟୋ – ଏହି ଫଟୋରେ ନକ୍ସଲଙ୍କ ଦ୍ୱାରା ଦିଆଯାଇଥିବା ସନ୍ଦେଶ ଖବରର ପୋଷ୍ଟର ଦେଖାଯାଉଛି ।

ସପ୍ତମ ଫଟୋ – ଏହି ସମୟରେ ନକ୍ସଲଙ୍କ ଆକ୍ରମଣ ଆରମ୍ଭ ହୋଇଯାଉଛି ଏବଂ ପତ୍ରକାର ଶର୍ମା ନିଜଠାରୁ ୧୦ ମିଟର ଦୂରରେ ଲୁଚି ନିଜକୁ ଆକ୍ରମଣରୁ ସୁରକ୍ଷା ଦେଉଛନ୍ତି । ସେହି ସମୟରେ ସେ ରିପୋର୍ଟର ଧିରଜ କୁମାରଙ୍କ ଫଟୋ ମଧ୍ୟ ନେଉଛନ୍ତି ।

ଅଷ୍ଟମ ଫଟୋ – ମୃତ୍ୟୁକୁ ସାମ୍ନାରେ ଦେଖି କେତେବେଳେ ବି ଜୀବନ ଚାଲିଯିବାର ଆଭାସ ପାଇ ପତ୍ରକାର ନିଜ ମା’ଙ୍କୁ ଶେଷ ସଲାମ୍ ଦେଲେ । ଏହି ଫଟୋରେ ଧିରଜ କୁମାର ମଧ୍ୟ ଦେଖାଯାଉଛନ୍ତି ।