ସମୟ ଚକ୍ର ବଦଳାଇଲା ନେତାଙ୍କ ଭାଗ୍ୟ ! କେବେ ସେଲ୍ଫି ନେବା ପାଇଁ କରିବାକୁ ପଡିଥିଲା କସରତ , ଆଜି ସେହି ନେତାଙ୍କୁ ହଟାଇ ଗାଦିରେ ବସିଲେ ସହଯୋଗୀ ।
ମଧ୍ୟପ୍ରଦେଶର ଗୁନା ସଂସଦୀୟ କ୍ଷେତ୍ର କଂଗ୍ରେସର ଅଭେଦ କ୍ଷେତ୍ର ଥିଲା । ଏଠାରେ ୧୯୫୭ ପରଠାରୁ ସିନ୍ଧିୟା ପରିବାରର କୌଣସି ସଦସ୍ୟ କେବେ ପରାଜିତ ହୋଇନାହାନ୍ତି । କିନ୍ତୁ ସମୟର ଚକ୍ର ଦେଖନ୍ତୁ କେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ସେଲ୍ଫି ନେବା ପାଇଁ ଧାଡିରେ ଅପେକ୍ଷା କରୁଥିବା ଜଣେ ବ୍ୟକ୍ତି ହିଁ ତାଙ୍କୁ ୨୦୧୯ ରେ ପରାଜିତ କରିଦେଲେ । ତେବେ ସୋସିଆଲ୍ ମିଡିଆରେ ଏବେ ଏହି ପୁରୁଣା ଫଟୋଟି ଖୁବ୍ ଭାଇରାଲ୍ ହେଉଛି । ଭାଇରାଲ୍ ଫଟୋରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କାର୍ ଭିତରେ ବସିଥିବା ବେଳେ କେପି ଯାଦବ ବାହାରେ ଠିଆ ହୋଇ ତାଙ୍କ ସହ ସେଲ୍ଫି ନେଉଥିବା ଏକ ଫଟୋ ଭାଇରାଲ୍ ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପି ଯେତେବେଳେ କେପି ଯାଦବଙ୍କୁ ଗୁନାରୁ ପ୍ରାର୍ଥୀ ରୁପେ ଷ୍ଟାଣ୍ଡ କରାଇଥିଲେ ସିନ୍ଧିୟାଙ୍କ ସମର୍ଥକ ଏହି ଫଟୋ ସାହାରାରେ ତାଙ୍କର ଖୁବ୍ ମଜା ଉଡାଉଥିଲେ । ନିର୍ବାଚନ ସମୟରେ କୁହାଯାଉଥିଲା ଯେ ମହାରାଜାଙ୍କ ସହ ଫଟୋ ଉଠାଉଥିବା ବ୍ୟକ୍ତି କ’ଣ ତାଙ୍କୁ ହରାଇପାରିବେ । କିନ୍ତୁ ଏବେ କେପି ଯାଦବ ସିନ୍ଧିୟାଙ୍କ ଠାରୁ ୧ ଲକ୍ଷ ୨୩ ହଜାର ଭୋଟ୍ ରେ ଜିତିଛନ୍ତି । ଯାହାପରେ ସୋସିଆଲ୍ ମିଡିଆରେ ଏହି ଫଟୋ ଅଧିକ ସେୟାର୍ କରାଗଲା ।
ବାସ୍ତବ କଥା ହେଉଛି ବିଜେପିରେ ମିଶିବା ପୂର୍ବରୁ କେପି ଯାଦବ ସିନ୍ଧିୟାଙ୍କ ସହଯୋଗୀ ଥିଲେ ଏବଂ ତାଙ୍କ ସାଂସଦ ପ୍ରାର୍ଥୀ ମଧ୍ୟ ଥିଲେ । ଲୋକସଭା ନିର୍ବାଚନରେ ବିଜେପି ତରଫରୁ ସିନ୍ଧିୟାଙ୍କ ବିପକ୍ଷରେ କେପି ଯାଦବଙ୍କୁ ନିର୍ବାଚନ ଲଢାଗଲା । କିନ୍ତୁ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ସିନ୍ଧିୟାଙ୍କ ଏହି ଅଭେଦ କିଲ୍ଲାକୁ ସେ ବିଧ୍ୱସଂ କରିଦେବେ ବୋଲି । କିନ୍ତୁ ନିଜ ସଠିକ୍ ରଣନୀତି ଯୋଗୁଁ ସେ ସିନ୍ଧିୟାଙ୍କ ଗଡ଼କୁ ଭାଙ୍ଗିବାରେ ସଫଳ ହୋଇଥିଲେ ।