ଅଜଗର ହେଲା ଅତିଥି : ଜଙ୍ଗଲରୁ ଧରିଆଣି ଘରେ ଚିକିତ୍ସା କଲେ ଜୟପୁରର କୃଷ୍ଣ କେଶବ ଷଢ଼ଙ୍ଗୀ

35

କନକ ବ୍ୟୁରୋ : ଅଜଗର ସାଜିଛି ଘରର ସଦସ୍ୟ । ଜଙ୍ଗଲ ଛାଡ଼ି ଘରେ କରିଛି ବସା । ଅଜଗରକୁ ଅତିଥି କରିଛନ୍ତି, ଜୟପୁର ସହରର କୃଷ୍ଣ କେଶବ ଷଢ଼ଙ୍ଗୀ । ଏକ ବିଲୁପ୍ତ ଜାତିର ଅଜଗରକୁ ଜଙ୍ଗଲରୁ ଉଦ୍ଧାର କରି ନିଜ ଘରେ ରଖି ଚିକିତ୍ସା କରାଇବା ସହ ତାକୁ ପ୍ରତିଦିନ ବେଙ୍ଗ ଖାଇବାକୁ ଦେଉଛନ୍ତି । ଦିଗାପୁର ଜଙ୍ଗଲରେ ଏହି ଅଜଗର ସାପଟି ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗାଁ ଲୋକଙ୍କ ସୂଚନା ଆଧାରରେ କେଶବ ଜଙ୍ଗଲରେ ପହଂଚି ଅଜଗର ସାପଟିକୁ ଉଦ୍ଧାର କରିଛନ୍ତି । ସାପର ମୁଣ୍ଡରେ ଆଘାତ ଲାଗିଛି ।

କ୍ଷତ ଚିହ୍ନକୁ ଅନୁମାନ କରି କୁହାଯାଉଛି ଯେ, କଲରାପତିଆ ବାଘ କାମୁଡ଼ାରେ ସାପଟି ଆହତ ହୋଇଛି । ଅଜଗର ଅଧିକ ଚିକିତ୍ସା ପାଇଁ ଜୟପୁରରେ କୌଣସି ସୁବିଧା ନଥିବାରୁ ଆଜକୁ ୫ ଦିନ ହେଲାଣି ସାପଟିକୁ ଘରେ ରଖି ଚିକିତ୍ସା କରାଉଛନ୍ତି କେଶବ । ସାପ ଟିକୁ ଏଠାରେ ରଖି ତାର ଚିକିତ୍ସା କରିବା ସମ୍ବବ ପର ନୁହେଁ ବୋଲି କହିଛନ୍ତି ଜୟପୁରର ପ୍ରାଣି ଚିକିତ୍ସକ । ଏଥିପାଇଁ ଅଲଗା ଚିକିତ୍ସକ ଆବଶ୍ୟକ ଥିବା ବେଳେ ସାପକୁ ରଖିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି କହିଛନ୍ତି ପ୍ରାଣି ଚିକିତ୍ସକ । ସାପଟି ସ୍ୱାସ୍ଥ୍ୟ ଠିକ ହେବା ପରେ ତାକୁ ଜଙ୍ଗଲରେ ଛଡା ଯିବ ବୋଲି କହିଛନ୍ତି ବନ ଖଣ୍ଡ ଅଧିକାରୀ ।