ଦିବ୍ୟାଙ୍ଗଙ୍କ ଜୀବନ ଯୁଦ୍ଧ : ଯିଏ ହାତରେ ନୁହେଁ ହୃଦୟରେ ଜିତି ପାରିଛନ୍ତି ବିଶ୍ୱ

43

ଆମେରିକାର ନିକ୍  ବୁଜିକିକ୍ ଜଣେ ପ୍ରେରଣାଧର୍ମୀ ଲେଖକ ଓ ସୁପ୍ରସିଦ୍ଧ ବକ୍ତା ରୂପେ ବେଶ ପରିଚିତ ।  ସେ ନିଜର ଲେଖା ମାଧ୍ୟମରେ ସମସ୍ତଙ୍କ ହୃଦୟକୁ  ଜିତିବାରେ ସଫଳ ହୋଇ  ପାରିଛନ୍ତି । ତାଙ୍କର ସକରାତ୍ମକ ଚିନ୍ତାଧାରା ଆଗରେ ଶାରୀରିକ ଅକ୍ଷମତା ହାର ମାନିଛି । ନିକ୍ ସବୁବେଳେ ଖୁସି ଓ ଶାନ୍ତିକୁ ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ତାଙ୍କର ଜୀବନ ଯୁଦ୍ଧର କାହାଣୀ ପ୍ରକାଶିତ ହୋଇଛି ନବଭାରତ ଟାଇମସରେ ।

pସାଧାରଣ ଲୋକଙ୍କ ପରି ହାତ ଓ ଗୋଡ ନଥିବା ସତ୍ୱେ  ନିକ୍ ଏବେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ୪ ଡିସେମ୍ବର ୧୯୮୨ ମସିହା ଆମେରିକାରେ ଜନ୍ମ ନେଇଥିଲେ ନିକ୍ ବୁଜିକିକ୍ । ଜନ୍ମରୁ ହିଁ ତାଙ୍କର ହାତ ଓ ଗୋଡ ନଥିଲା ଏବଂ ଗୋଡ ଜାଗାରେ କେବଳ ଥିଲା ଏକ ଛୋଟ ପଞ୍ଜା । ପିଲାବେଳେ ସେ ଲେଖା ପଢା ତ ଦୂରର କଥା ନିତ୍ୟକର୍ମ କରିବାରେ ମଧ୍ୟ ଅକ୍ଷମ ଥିଲେ । ମାତ୍ର ୧୦ ବର୍ଷ ବୟସରେ ହିଁ ହତାଶ ହୋଇ ନିକ୍ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କ ମାଙ୍କ ଲିଖିତ ଏକ ଚିଠି ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ରୁପେ ବଦଳାଇ ଦେଇଥିଲା ।

ବାପା ମାଆଙ୍କ ପ୍ରଶିକ୍ଷଣ ଦ୍ୱାରା ନିକ୍ ଆସ୍ତେ ଆସ୍ତେ ସବୁ ଶିଖି ପାରିଥିଲେ । ନିକଙ୍କ ବାପା ତାଙ୍କୁ ପଞ୍ଜା ସାହାଯ୍ୟରେ ହିଁ ଟାଇପ କରିବା ଶିଖାଇଥିଲେ । ନିକ ପାଇଁ ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଥିଲେ ତାଙ୍କ ମା ଯାହାଦ୍ୱାରା ନିକ୍ ପେନସିଲ ଓ ପେନ ଧରି ଲେଖିବା ଶିଖିଥିଲେ । ସେ ନିଜ ଆତ୍ମବିଶ୍ୱାସ ବଳରେ  ଫୁଟବଲ , ଗଲଫ୍ ଏବଂ ସୁଇମିଙ୍ଗ୍ ମଧ୍ୟ ଶିଖିଥିଲେ । ୨୧ବର୍ଷ ବୟସରେ ଆକାଉଂଟିଙ୍ଗ ଏବଂ ଫାଇନାନସରେ ଗ୍ରାଜୁଏସନ୍ କରିଥିଲେ ନିକ୍ ।

ନିକ୍ ବର୍ତମାନ ସୁଦ୍ଧା ୪୪ ଟି ଦେଶ ବୁଲି ସାରିଛନ୍ତି ଏବଂ ସେଠାକୁ ଯାଇ ଲୋକମାନଙ୍କୁ ଭଲରେ ଜୀବନ ଗଢିବାର ପ୍ରେରଣା ମଧ୍ୟ ଦେଉଛନ୍ତି । ସବୁଠାରୁ ବଡକଥା ହେଲା ନିକଙ୍କ ଏହି ଗୁଣରେ ଆକୃଷ୍ଟ ହୋଇ କେନିଆ ମିଆହରା ନାମକ ଜଣେ ଝିଅ ତାଙ୍କୁ ବିବାହ କରିଛନ୍ତି । ନିକ୍ ‘ଆଟିଟିଉଡ୍ ଇଜ୍ ଆଟିଟିଉଡ୍’  ନାମକ ଏକ କମ୍ପାନୀ ତିଆରି କରିବା ସହ ‘ଲାଇଫ ଉଇଦାଉଟ ଲିମ୍ବସ୍’ ଏକ ଏନଜିଓ ମଧ୍ୟ ଗଠନ କରିଛନ୍ତି ।