ଖେଳିବା ବୁଲିବା ବୟସରେ ପୁଅ ଝିଅ ପାଲଟିଗଲେ ଦିବ୍ୟାଙ୍ଗ ! ଅସ୍ତରଙ୍ଗର ବିଜୟ ସ୍ୱାଇଁଙ୍କ ପରିବାର ଉପରେ ଏବେ ଲଦିହୋଇଛି ଦୁଃଖର ପାହାଡ

59

କନକ ବ୍ୟୁରୋ : ଜନ୍ମର ୫ ବର୍ଷ ପରେ ଦିବ୍ୟାଙ୍ଗ ପାଲଟିଲେ ପୁଅ ଝିଅ । ଖେଳିବା ବୁଲିବା ବୟସରେ ହଠାତ ବାପା ମାଆଙ୍କ ଆଖି ଆଗରେ ପାଲଟିଲେ ଭିନ୍ନକ୍ଷମ । ଗୋଟେ ପଟେ ଛୁଆଙ୍କ କଷ୍ଟ ଅନ୍ୟ ପଟେ ପରିବାର ଆର୍ଥିକ ଅବସ୍ଥା । ଅର୍ଥ ଅଭାବରୁ ଚିକିତ୍ସା ମଧ୍ୟ ହୋଇ ପାରୁନାହାନ୍ତି । ଅସ୍ତରଙ୍ଗ ବିଜୟ ସ୍ୱାଇଁଙ୍କ ପରିବାର ଉପରେ ଏବେ ଦୁଃଖର ପାହାଡ ।

ପୁୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲ ଝାଡଲିଙ୍ଗ ଗାଁର ବିଜୟ ସ୍ୱାଇଁ । ବିଜୟଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ ଝିଅ । ଖେଳୁଥିବା ବେଳେ ହଠାତ ଦିନେ ପୁଅ ସିବୁନ ଅଚେତ ହୋଇ ପଡିଗଲା । ଏହା ପରେ ଶରୀରରେ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା । ସବୁ ଦିନ ପାଇଁ ସିବୁନ ପାଲଟିଯାଇ୍ଥିଲା ଦିବ୍ୟାଙ୍ଗ । ଆଉ ଏବେ ଭଉଣୀର ଶରୀରର ମଧ୍ୟ ୫ ଭାଗ କାମ କରୁନାହିଁ । ଦୁଃଖ କଷ୍ଟରେ ଚଳୁଥିବା ବିଜୟଙ୍କ ପରିବାର ଉପରେ ଏବେ ଦୁଃଖର ପାହାଡ଼ ।

ଦୁଇ ଛୁଆଙ୍କର ଏପରି ଅବସ୍ଥା ହୋଇଥିବା ବେଳେ ତୃତୀୟ ସନ୍ତାନ ଆଶାରେ ଏବେ ନର୍ମଦା ଗର୍ଭବତୀ । ତୃତୀୟ ସନ୍ତାନର ଏପରି ହେବନି ତ ସେହି ଚିନ୍ତାରେ ନର୍ମଦା । ୨ ଛୁଆଙ୍କ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଶେଷରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ବିଜୟଙ୍କ ପରିବାର । ପୁରୀ ଉପଜିଲ୍ଲାପାଳ ଓ ଅସ୍ତରଙ୍ଗ ବିଡିଓ ବିଜୟଙ୍କ ଘରକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଛୁଆଙ୍କ କଷ୍ଟକୁ ସହ୍ୟ କରିପାରୁନାହାନ୍ତି ବାପା ମାଆ । ତୃତୀୟ ସନ୍ତାନ୍ତ ଯେପରି ସୁସ୍ଥ ହୋଇ ଜନ୍ମ ନେବ ସେହି ଚିନ୍ତାରେ ବିଜୟଙ୍କ ପରିବାର ।