ନିଶାକୁ କଲେ ପେଶା । ସେଲଫି ନେବାର ନିଶାକୁ ନିଜ ପେଶାରେ ବଦଳାଇ ଏବେ ଦିନକୁ ରୋଜଗାର କରୁଛନ୍ତି ହଜାର ହଜାର ଟଂକା

42

ନିଶା ବି ବେଳେବେଳେ ପାଲଟିଯାଏ ପେଶା । ଆଉ ତାଉପରେ ସାରଜୀବନ ନିର୍ଭର କିବାକୁ ପଡିଥାଏ । କିନ୍ତୁ ତା ପଛରେ ଥାଏ ଅନେକ ପରିଶ୍ରମ, କଷ୍ଟ ଓ ଦୁଃଖଭରା ସଂଘର୍ଷ । ଆଉ ସେହି ସଂଘର୍ଷ ଭିତରୁ ଜନ୍ମ ନେଇଥାଏ ବଂଚିବାର ରାହା । ଠିକ ଯେମିତି ନୀଲଙ୍କର ସଂଘର୍ଷ ଭଳି …

ଆଜିକାଲି ଫଟୋ ସେୟାରକରିବା ଓ ସୋସିଆଲ ମିଡିଆରେ ଅପଲୋଡ କରିବାର ବହୁଳ ବ୍ୟବହାର ଦେଖାଯାଉଛି । କୋଟି କୋଟି ଲୋକ ଏବେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରୁଛନ୍ତି ଆଉ କିଛି ଲୋକଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିଯାଇଛି ।

ଗୁଜାରାଟର ନୀଲ ପଟେଲ ବୁଲିବା ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଫଟୋ ସେୟାର କରିବାକୁ ଭଲ ପାଆନ୍ତି । ତାଙ୍କର ଫଟୋଗ୍ରାଫିକୁ ବି ସମସ୍ତେ ପ୍ରଶଂସା କରିଥାନ୍ତି । ତାପରେ ସେ ଜାଣିବାକୁ ପାଇଲେ ଯେ ଫଟୋ ସେୟାର କରି ମଧ୍ୟ ରୋଜଗାର କରିହେବ । ତା ପରେ ସେ ଇନଷ୍ଟାଗ୍ରାମରେ ଗୋଟିଏ ପେଜ ନିଜ ନାଁରେ କରିଥିଲେ । ନୀୟ ଯେଉଁ ଫଟୋ ସେୟାର କରିଥାନ୍ତି ସେଥିରେ ଜଣେ ସାଧାରଣ ବାଳକର ଜୀବନ ଶୈଳୀ ବିଷୟରେ କହିଥାଏ । ଧୀରେ ଧୀରେ ତାଙ୍କର ଫଟୋକୁ ସମସ୍ତେ ପ୍ରଶଂସା କରିଥିଲେ ।

ନୀଲ କୃଷକମାନଙ୍କର ଜୀବନଶୈଳୀ ଓ ଗରିବ ଶିଶୁଙ୍କର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଧୀରେ ଧୀରେ ନୀଲଙ୍କର ପ୍ରଂଶସକଙ୍କ ସଂଖ୍ୟାଦ୍ରୁତ ଗତିରେ ବଢିବାକୁ ଲାଗିଲା ।

ଧୀରେ ଧୀରେ ତାଙ୍କ ଫଟୋ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲା । ତା ପରେ ତାଙ୍କର ନିଶା ପାଲଟିଥିଲା ଫଟୋ ଉଠାଇବା । ଆଉ ଏହି ନିଶା ରୋଜଗାରର ମାଧ୍ୟମ ପାଲଟିଥିଲା ।ତା ପରେ ସେ ଅନେକ ପର୍ଯ୍ୟଟକଙ୍କର ଫଟୋଗ୍ରାଫର ଓ ବିଜ୍ଞାପନ ସଂସ୍ଥା ପାଇଁ କାମ ବି କରିଥିଲେ । ଅନେକ ଟ୍ରାଭେଲ କମ୍ପାନୀମାନେ ବି ତାଙ୍କୁ ଫଟୋଗ୍ରାଫର ଭାବେ ନିଯୁକ୍ତି କରୁଛନ୍ତି । ବର୍ତମାନ ତାଙ୍କର ଗୋଟିଏ ଫଟୋର ମୂଲ୍ୟ ହେଉଛି ୨୫ ହଜାର ଟଙ୍କା । ଏହିଭଳି ଭାବରେ ମାସକୁ ଏକ ଲକ୍ଷ୍ୟରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।