ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଆତଙ୍କବାଦୀ ଗାଜିର ଫଟୋରେ ଜାଲିଆତି ! ଆପ୍ ସାହାଯ୍ୟରେ ଘୁରିବୁଲିଲା ଫଟୋ ।

400

ଫେବୃଆରୀ ୧୮ ତାରିଖ ଦିନ ବିଭିନ୍ନ ଗଣମାଧ୍ୟମରେ ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍-ଏ-ମହମ୍ମଦ କମାଣ୍ଡର ଅବଦୁଲ୍ ରସିଦ୍ ଗାଜି ଆଲିଆସ୍ କାମରନ୍ ଏନକାଉଣ୍ଟରର ଖବର ପ୍ରସାରିତ ହୋଇଥିଲା । ପୁଲୱାମା ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଦିଲ୍ ଅହମ୍ମଦ୍ ଦାର୍ ର ସହାୟକ ଅବଦୁଲ୍ ରସିଦ୍ ଗାଜି ଆଲିଆସ୍ କାମରନ୍ କୁ ୧୨ ଘଣ୍ଟା ଧରି ସିଆରପିଏଫ୍ ଯବାନମାନେ ଏକ ପରିତ୍ୟକ୍ତ ଘରେ ଟାର୍ଗେଟ୍ କରି ଦୁହିଁଙ୍କୁ ମାରିଥିଲେ ।

ଏହି ଘଟଣାରେ ଭାରତର ୪ ଜଣ ଯବାନ ସହିଦ୍ ହୋଇଥିଲେ । ତେବେ ଏହି ଘଟଣାରେ ବିଭିନ୍ନ ମିଡିଆ ଚ୍ୟାନେଲ୍ ଏବଂ ପ୍ରତିଷ୍ଠିତ ଖବରକାଗଜରେ ଗାଜିର ଏକ ଫଟୋକୁ ବ୍ୟବହାର କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଫଟୋଟି ନକଲି ଥିବା କୁହାଯାଉଛି ।

 

ଆସନ୍ତୁ ଜାଣିବା କ’ଣ ଏହି ଫଟୋ ପଛର ସତ ?

ଅଲ୍ଟ ନ୍ୟୁଜ୍ ନାମକ ଏକ ଗଣମାଧ୍ୟମ ଏହି ଫଟୋ ଉପରୁ ପରଦା ଉଠାଇଥିଲା । ଜଣେ ସୋସିଆଲ୍ ମିଡିଆ ୟୁଜର ଏହି ଫଟୋରେ ଗାଜିର ଚେହେରା ବ୍ୟବହାର କରାଯାଇଥିବା ବେଳେ ଶରୀର ଆମେରିକାର ପପ୍ ଲେଜେଣ୍ଡ୍ ଜନ୍ ବନ୍ ଜୋଭିଙ୍କର ବୋଲି କହିଥିଲେ । ତେବେ ଏହାର ସତ୍ୟତା ଜାଣିବା ପାଇଁ ଏହି ଗଣମାଧ୍ୟମ ଜନ୍ ବନ୍ ଜୋଭିଙ୍କର ଟ୍ୱିଟର ଆକାଉଣ୍ଟକୁ ସର୍ଚ୍ଚ କରିଥିଲେ ଯେଉଁଥିରେ ଏକ ଫଟୋରେ ଅବିକଳ ତାଙ୍କ ଶରୀର ଭଳି ଗାଜିର ଫଟୋ ମଧ୍ୟ ଦେଖାଯାଉଥିଲା । କେବଳ ଶରୀର ନୁହଁ ହାତରେ ଥିବା ଘଣ୍ଟା ଏବଂ ୱକିଟକି ଦେଖି ମଧ୍ୟ ଫଟୋସପ୍ ହୋଇଥିବା କଥା ସମ୍ପୁର୍ଣ୍ଣ ଭାବେ ଜଣାପଡୁଥିଲା । ଅନ୍ୟପକ୍ଷରେ ଏକ ପୋଲିସ୍ ସୁଟ୍ ଫଟୋ ଫ୍ରେମ୍ ମେକର୍ ନାମକ ଆପ୍ ରେ ମଧ୍ୟ ଏହିଭଳି ଫଟୋସପ୍ କରାଯାଇଥିବା କଥା କୁହାଯାଉଥିଲା ।