ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ବେଢାର ଦୃଶ୍ୟ ! ଡ୍ରୋନ କ୍ୟାମେରା ସହାୟତାରେ ଆକାଶ ମାର୍ଗରୁ ଫଟୋ ଉଠାଯାଇଥିବା ଅନୁମାନ

38

କନକ ବ୍ୟୁରୋ : ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ବେଢାର ଦୃଶ୍ୟ । ଫଟୋରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ସ୍ପଷ୍ଟ ଚିତ୍ର ଦେଖାଯାଉଛି । ଡ୍ରୋନ କ୍ୟାମେରା ସହାୟତାରେ ଆକାଶ ମାର୍ଗରୁ ଏହି ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି । ଫଟୋରେ ସିଂହଦ୍ୱାର ଗୁମୁଟଠାରୁ ଶ୍ରୀମନ୍ଦିର ପତିତପାବନବାନା ପର୍ଯ୍ୟନ୍ତ ରହିଛି । ଏଥିସହ ବାଇଶି ପାହାଚ, କୀର୍ତନ ଚକଡା, ଆନନ୍ଦବଜାରର ଚିତ୍ର ମଧ୍ୟ ରହିଛି ।

ଭୋଗମଣ୍ଡପ, ନାଟମଣ୍ଡପ, ଜଗମୋହନ, ଲକ୍ଷ୍ମୀମନ୍ଦିର, ସୂର୍ଯ୍ୟମନ୍ଦିର ଓ ଶ୍ରୀମନ୍ଦିର ସ୍ପଷ୍ଟ ଭାବେ ଜଣାପଡୁଛି । ପଶ୍ଚିମ ଦ୍ୱାର ନିକଟରେ ଥିବା କୋଠାବାଡି ସହ ପରିସରରେ ଶହ ଶହ ଭକ୍ତ ଉପସ୍ଥିତ ଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହି ଫଟୋ ଭାଇରାଲ ହେବା ପରେ ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଜଣେ ବିଦେଶୀ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ବିଳମ୍ବରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ମହାପାତ୍ର । ଏହା ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି । ମନ୍ଦିର ସଂସ୍କାର କମିଟି କାର୍ଯ୍ୟକଳାପ ଓ ନବକଳେବର ବିଭ୍ରାଟ ରିପୋର୍ଟ ଓ ଶ୍ରୀମନ୍ଦିରରେ ଏଏସଆଇ କାର୍ଯ୍ୟାଳୟ ସ୍ଥାପନ ଆଦି ପ୍ରସଙ୍ଗ ନେଇ ମଧ୍ୟ ବିଜୟ ପ୍ରଶ୍ନ ଉଠାଇଛନ୍ତି ।