ଫୋନପେ ୱାଲେଟରେ ଜିଓ ରିଚାର୍ଜ କରନ୍ତୁ ! ମିଳିବ ୭୫ ଟଙ୍କାର କ୍ୟାସବ୍ୟାକ୍

44

ରିଲାଏନ୍ସ ଜିଓର ସମର ସରପ୍ରାଇଜ ଅଫର ଶେଷ ହୋଇଛି । ଏପରିସ୍ଥଳେ ଯଦି ଆପଣଙ୍କ ନମ୍ବରର ବୈଧତା ଶେଷ ହେଉଛି ଏବଂ ଆପଣ ରିଚାର୍ଜ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଆପଣ ଜିଓ ନମ୍ବରରେ ରିଚାର୍ଜ କରିବା ପରେ ଆପଣଙ୍କୁ ୭୫ ଟଙ୍କାର କ୍ୟାସବ୍ୟାକ୍ ମିଳିପାରେ । ପ୍ରକୃତକଥା ହେଲା ଡିଜିଟାଲ ୱାଲେଟ୍ ଫୋନପେ ମିଳିତ ରୂପେ ରିଲାଏନ୍ସ ଜିଓ ସହ ଏକ ଅଫର ଉପସ୍ଥାପନ କରିଛି । ଯାହାଦ୍ୱାରା ଗ୍ରାହକଙ୍କୁ ୭୫ ଟଙ୍କାର ଫ୍ଲାଟ୍ କ୍ୟାସବ୍ୟାକ୍ ଦିଆଯିବ ।

ଫୋନପେରେ ରିଚାର୍ଜ କଲେ କିପରି ମିଳିବ ୭୫ ଟଙ୍କାର କ୍ୟାସବ୍ୟାକ୍ ?
ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ କମ୍ପାନୀ ତରଫରୁ ମିଳୁଥିବା ୭୫ ଟଙ୍କାର କ୍ୟାସବ୍ୟାକ୍ ସହ ରହିଛି କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ।

– ଯଦି ଆପଣ ଫୋନପେ ଆପ୍ ଜରିଆରେ ଜିଓର ପ୍ରିପ୍ରେଡ଼ ରିଚାର୍ଜ ଉପରେ ୫୦ ଟଙ୍କାର କ୍ୟାସବ୍ୟାକ ନେଇସାରିଛନ୍ତି, ତେବେ ଏହି ଅଫର ଆପଣଙ୍କ ପାଇଁ ନୁହଁ । ଯେଉଁମାନେ ୨୧ ଜୁଲାଇ ୧୩ ଅଗଷ୍ଟ ମଧ୍ୟରେ ରିଚାର୍ଜ କରାଇଛନ୍ତି, ସେହିମାନେ ହିଁ ଏହି ସୁଯୋଗର ଲାଭ ଉଠାଇ ପାରିବେ ।

– ଏହି ଅଫରର ଆରମ୍ଭ ୧୪ ଅଗଷ୍ଟ ରାତି ୧୨ ଠାରୁ ଆରମ୍ଭ ହେବ ଓ ୨୧ ଅଗଷ୍ଟ ରାତି ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ରହିବ ।

– ଏହି ଅଫର ଆଇଓଏସ୍ ଓ ଆଣ୍ଡ୍ରଏଡ଼ ଉଭୟ ଡିଭାଇସରେ ଉପଲବ୍ଧ ହେବ ।

– ୭୫ ଟଙ୍କାର କ୍ୟାସବ୍ୟାକ୍ ନେବା ପାଇଁ ଗ୍ରାହକଙ୍କୁ ଅତି କମରେ ୩୦୦ ଟଙ୍କାର ରିଚାର୍ଜ କରାଇବା ପାଇଁ ପଡ଼ିବ । କ୍ୟାସବ୍ୟାକର ବ୍ୟବହାର ରିଚାର୍ଜ କରାଇବା କିମ୍ବା ପେମେଂଟ ମାଧ୍ୟମରେ ହେବ । ବ୍ୟାଙ୍କ ଆକାଉଣ୍ଟକୁ ଏହି କ୍ୟାସବ୍ୟାକ ଟଙ୍କା ଟ୍ରାନ୍ସଫର ହୋଇପାରିବ ନାହିଁ ।