ଚାର୍ଜିଂକୁ ବାୟ ବାୟ ! ଆସିବ ବିନା ବ୍ୟାଟେରୀର ଫୋନ୍

26

ଚାର୍ଜିଂ ଝନଝଟରୁ ମିଳିବ ମୁକ୍ତି, ଆସିଲା ବ୍ୟାଟେରୀ ଫୋନ୍ । ଚାର୍ଜର, ବ୍ୟାଟେରୀରୁ ମୁକ୍ତି ଦେବା ପାଇଁ କିଛି ଗବେଷକ ଏପରି ଫୋନ ତଆରି କରିଛନ୍ତି ଯାହା ବିନା ବ୍ୟାଟେରୀରେ ଚାଲିବ । ଏହି ଗବେଷକ ମାନଙ୍କ ମଧ୍ୟରେ ଜଣେ ଭାରତୀୟ ମଧ୍ୟ ସାମିଲ ଅଛନ୍ତି । ବ୍ୟାଟେରୀ ପରିବର୍ତ୍ତେ ଏହା ଫୋନ କିମ୍ବା ଆଖପାଖରେ ଥିବା ରେଡ଼ିଓ ସିଗନାଲରୁ ଶକ୍ତି ସଂଗ୍ରହ କରିବ । ଗବେଷକମାନେ ଏହାର ଏକ ଭିଡ଼ିଓ ପ୍ରଦର୍ଶନ କରିଛନ୍ତି, ଯେଉଁଠି ବିନା ବ୍ୟାଟେରୀ ଫୋନରୁ କଲିଂ କରୁଥିବାର ଦେଖାଯାଉଛି ।

ଗବେଷକ ଦଳ ଏହି ବିନା ବ୍ୟାଟେରୀର ଫୋନରୁ ସ୍କାଇପ କଲ୍ କରିବାର ମଧ୍ୟ ସଫଳତା ହାସଲ କରିଛନ୍ତି । ଏକ ରିପୋର୍ଟ ଅନୁସାରେ କୁହାଯାଇଛି ଏହି ଫୋନର ବ୍ୟବସାୟିକ ପ୍ରୋଟୋଟାଇପ ଅନୁସାରେ ବିନା ବ୍ୟାଟେରୀରେ ଚାଳିତ ଫୋନ ତାହାର ମୂଲ ଷ୍ଟେସନ ସହ ମଧ୍ୟ ଯୋଗାଯୋଗ କରିପାରବ । ୟୁୁନିଭର୍ସିଟି ଅଫ ୱାସିଙ୍ଗଟନର ଜଣେ ଅଧ୍ୟକ୍ଷ ଏହି ଗବେଷଣାର କହିଛନ୍ତି ଆମେ ପ୍ରଥମେ ପ୍ରଥମ ଥର ପାଇଁ ଏମିତି ସେଲଫୋନ ତିଆରି କରିଛୁ, ଯାହା ପ୍ରାକୃତିକ ଶକ୍ତି ଗ୍ରହଣ କରି ଚାଲିବ ।

ତେବେ ଆମେ ମୌଳିକ ରୂପରେ ପୁନର୍ବିଚାର କରି ଏହି ଫୋନକୁ କିପରି ଭାବେ ଡିଜାଇନ କରାଯିବ ବୋଲି ଚିନ୍ତା କରୁଛୁୁ । ଏହାସହ ଗବେଷକମନେ କହିଛନ୍ତି ଏହି ଫୋନର ଆଉ ଏଖ ବିଶେଷତ୍ୱ ରହିଛି । ଏହି ବିନା ବ୍ୟାଟେରୀର ଫୋନରେ କଥାବାର୍ତ୍ତା ହେବା ସମୟରେ ସ୍ପିକରରୁ ବହାରୁଥିବା ଶବ୍ଦର ସୂକ୍ଷ୍ମ ଦୋଳନରୁ ଶକ୍ତି ଗ୍ରହଣ କରିପାରିବ । ଭବିଷ୍ୟତରେ ସବୁ ସେଲ ଟାୱାର ଓ ୱାଇଫାଇ ରାଉଟରରେ ଏହି ପ୍ରକାରର କୌଶଳ ଉପଯୋଗ କରାଯାଇପାରିବ ବୋଲି ଜଣେ ଗବେଷକ ମତ ଦେଇଛନ୍ତି । ଯଦି ସମସ୍ତଙ୍କ ଘରେ ୱାଇଫାଇ ରାଉଟର ଅଛି ତେବେ ୟୁଜର ବିନା ବ୍ୟାଟେରୀର ସେଲଫୋନ ଖୁବ ସହଜରେ ବ୍ୟବହାର କରିପାରିବେ ।

                              ସୌଜନ୍ୟ-ଆଜତକ