ଯେଉଁଠାରେ ମହିଳାମାନେ ଅଧିକ ସୁନ୍ଦର ଥିବେ ସେଠାରେ ଦୁଷ୍କର୍ମ ମାମଲା ବଢିବ ବୋଲି କହିଲେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ

33

କନକ ବ୍ୟୁରୋ : ଯେଉଁ ଦେଶରେ ମହିଳାମାନେ ଅଧିକ ସୁନ୍ଦର ସେଠାରେ ଦୁର୍ଷମ ମାମଲା ଅଧିକ ହେବ । ତେବେ ଏପରି ସମ୍ବେଦନଶୀଳ ଟିପ୍ପଣୀ ଦେଇଛନ୍ତ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ । ତେବେ ଏହା ପ୍ରଥମଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଟିପଣୀ ରଖି ଚର୍ଚ୍ଚାରେ ରହିଛନ୍ତି ଦୁତେର୍ତେ । ତେବେ ମିଳିଥିବା ସୂଚନା ଅନୁସାରେ ନିଜର ଓଲଟା ପାଲଟା ଓ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ସେ। ତେବେ ଏଥର ଦୁତେର୍ତେ କହିଛନ୍ତି ଯେ, ମୋ ସହରରେ ବର୍ତ୍ତମାନ ସମୟରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ଏହି ମାମଲା ବଢିବାର ମୁଖ୍ୟ କାରଣ ହେଉଛି ଏଠାକାର ମହିଳାମାନେ ଅଧିକ ସୁନ୍ଦର ବୋଲ ଦୁତେର୍ତେ କହିଛନ୍ତି । କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସହରରେ ଅଧିକ ସୁନ୍ଦରୀ ମହିଳା ରହିବେ, ସେତେଦିନ ପର୍ୟ୍ୟନ୍ତ ଦୁଷ୍କର୍ମ ମାମଲା ବଢିବ ।

 

ତେବେ ଦୁତେର୍ତେଙ୍କ ଏପରି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ ମହିଳା ସଂଗଠନ ଏପରି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ଏପରି ହୀନ ମନ୍ତବ୍ୟ ଉପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଏହା ଏକ ମଜାଦାର ଶଦ୍ଦ ଥିଲା । ନିଜ ଅଞ୍ଚଳରେ ହେଉଥିବା ଘଟଣା ସମ୍ପର୍କରେ ଲକ୍ଷ୍ୟରଖି ଦୁତେର୍ତେ ଏପରି କହିଛନ୍ତି ବୋଲି କୁହାଯାଇଛି । ତେବେ ଏପରି ମନ୍ତବ୍ୟରେ କ୍ଷମା ମାଗିବା ସହ ନିଜର ପଦରୁ ଇସ୍ତଫା ଦେବା ପାଇଁ ଦାବୀ ଜୋର ଧରିଛି । ପୂର୍ବରୁ ୨୦୧୬ମସିହାରେ ଫିଲିପାଇନ୍ସର ରାଷ୍ଟ୍ରପତି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେତେବେଳେ କହିଥିଲେ ଯେ, ମୋର ସୈନିକମାନେ ଅନେକ ମହିଳାଙ୍କ ସହ ଏପରି କାମ କରିପାରିବେ । ହେଲେ ସେମାନଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏହାସହ ସେମାନଙ୍କ ପାଇଁ ଦରକାର ପଡିଲେ ମତେ ଜେଲକୁ ନିଅ ବୋଲି କହିଥିଲେ । ଅନେକ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହନ୍ତି ସେ ।