ସରକାରୀ ଚାକିରୀ ଛାଡି ରାସ୍ତାକଡରେ ପରଟା ବିକୁଛନ୍ତି ପିଏଚଡି ଛାତ୍ରୀ ! ପାଠପଢା ଖର୍ଚ୍ଚ ଉଠାଇବାକୁ କରୁଛନ୍ତି ସଂଘର୍ଷ, ପଢନ୍ତୁ ସ୍ନେହାଙ୍କ ପ୍ରେରଣାଦାୟୀ କାହାଣୀ

123

କେରଳ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ରୀ ସ୍ନେହା ଲିମ୍ବଗାଓମକାର । ଯାହାଙ୍କ କାହାଣୀ ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣୀତ କରିବା ପାଇଁ ଯଥେଷ୍ଟ । ଦିନସାରା ବହି ସାଙ୍ଗରେ ବନ୍ଧୁତା ତା ପରେ ସୂଯ୍ୟ ଢଳିବା ମାତ୍ରେ ବଞ୍ଚିବା ପାଇଁ କରିବାକୁ ପଡେ ସଂର୍ଘଷ । ଅପେକ୍ଷା ଥାଏ କେତେବେଳେ ଆସିବେ ଗରାଖ । ଆଉ ପେଟର ଭୋକ ମାରିବା ପାଇଁ ମଳିଯିବ କିଛି ପଇସା । ସେଥିପାଇଁ ପ୍ରତିଦିନ ସଂଧ୍ୟା ପର୍ଯ୍ୟନ୍ତ ସ୍ନେହାଙ୍କୁ ଅପେକ୍ଷା କରିବାକୁ ପଡେ । ସଂଧ୍ୟା ହେବା ପରେ ଯେତେବେଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମଉଜ କରିବାକୁ ବାହାରକୁ ବାହରିଥାନ୍ତି ସେତେବେଳେ ସ୍ନେହା ବାହରନ୍ତି ନିଜ କର୍ମପଥରେ । ଗ୍ୟାସ ସିଲିଣ୍ଡର, ଷ୍ଟୋଭରେ ଅଗ୍ନି ସଂଯୋଗ କରିବା ସହ ବେଶି ରାତି ହେବା ପୂର୍ବରୁ କିପରି ୧୦୦ ଟଙ୍କା ରୋଜଗାର କରିବେ ସେଥିପାଇଁ ଆରମ୍ଭ ହୋଇଯାଏ କସରତ । ପାଠ ପଢିବା ପାଇଁ ଆବଶ୍ୟକୀୟ ଅର୍ଥ ନଥିବାରୁ ରାସ୍ତା କଡରେ ଗରମ ପରଟା ବିକ୍ରି କରିବାକୁ ପଡୁଛି ପିଏଚଡି ଛାତ୍ରୀ ସ୍ନେହାଙ୍କୁ ।

sneha 3ମହାରାଷ୍ଟ୍ରର ୨୮ ବର୍ଷିୟା ସ୍ନେହା । କେରଳ ବିଶ୍ୱବିଦ୍ୟାଳୟରେ Bio-Informatics  ବିଭାଗର ପିଏଚଡି ତଥା ରିସର୍ଚ୍ଚ ଛାତ୍ରୀ । କିନ୍ତୁ ଏବେ ନିଜ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ତାଙ୍କୁ କରିବାକୁ ପଡୁଛି ସଂଘର୍ଷ । ରାସ୍ତାକଡରେ ପରଟା ବିକ୍ରି କରିବାକୁ ପଡୁଛି । କାରଣ ଅର୍ଥାଭାବ ତାଙ୍କ ପାଠ ପଢାରେ ବାଧା ସୃଷ୍ଟି କରିଛି । ପିଏଚଡିର ପ୍ରଥମ ଦୁଇବର୍ଷ ଜେଆରଏଫ ସ୍କଲାରସିପରେ ମିଳୁଥିବା ଟଙ୍କା ଯୋଗୁଁ ତାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇନଥିଲା । କିନ୍ତୁ ସ୍କଲାରସିପର ଅବଧି ସରିବା ପରେ ତାଙ୍କ ଜୀବନର କଷ୍ଟଦାୟକ ଯାତ୍ରା ଆରମ୍ଭ ହୋଇଥିଲା । ପାଖରେ କୌଣସି ବିକଳ୍ପ ମଧ୍ୟ ନଥିଲା କିନ୍ତୁ ନିଜ ଲକ୍ଷ୍ୟପଥରୁ ଦୂରେଇଯିବାକୁ ଚାହୁଁନଥିଲେ ସେହ୍ନା ।

ଏହାର ଗୋଟିଏ ବର୍ଷ ପୂର୍ବରୁ ସେହ୍ନା ସିଏଜି ବିଭାଗରେ କାମ କରୁଥିବା ଝାଡଖଣ୍ଡର ପ୍ରେମଶଙ୍କର ମଣ୍ଡଳଙ୍କୁ ବିବାହ କରିଥିଲେ । ତେବେ ସେହ୍ନାଙ୍କ ପିଏଚଡି କେରଳରେ ହେବାରୁ ପ୍ରେମଶଙ୍କର ଚାକିରିରୁ ଇସ୍ତଫା ଦେଇ ପିଏଚଡି ସମାପ୍ତ ହେବା ପର୍ଯ୍ୟନ୍ତ ସ୍ନେହାଙ୍କ ସହ କେରଳରେ ରହିବାକୁ ସ୍ଥିର କରିନେଲେ । ତେବେ ବଞ୍ଚିବା ପାଇଁ ଏହି ଦମ୍ପତି ରାସ୍ତା କଡରେ ଗରମା ଗରମ ପରଟା ବିକ୍ରି କରିବା ଆରମ୍ଭ କଲେ । ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା । ପରଟା ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବା ସହ ସ୍ନେହାଙ୍କ ପାଠପଢା ମଧ୍ୟ ଠିକ୍ ଚାଲିଥିଲା । ପ୍ରେମଶଙ୍କର ପାଖରେ କାମରେ ସାହାର୍ଯ କରୁଥିବାରୁ ସ୍ନେହାଙ୍କୁ ଅଧିକ କଷ୍ଟ କରିବାକୁ ମଧ୍ୟ ପଡୁନଥିଲା ।

58866060କିନ୍ତୁ ଅଗଷ୍ଟ ମାସରେ ତାଙ୍କ ଜୀବନରେ ଘୋଟିଗଲା କଳାବାଦଲ । ପ୍ରେମଶଙ୍କରଙ୍କ ସର୍ଜରୀ ପାଇଁ ତାଙ୍କୁ ଝାରଖଣ୍ଡ ଯିବାକୁ ପଡିଲା । ଦୀର୍ଘ ତିନି ମାସ ସେଠାରେ ରହିବା ପରେ ସ୍ନେହା ଫେରିଥିଲେ କେରଳ । କିନ୍ତୁ ସାଙ୍ଗରେ ନଥିଲେ ସ୍ୱାମୀ ପ୍ରେମଶଙ୍କର । ଶରୀର ଅସୁସ୍ଥ ପାଇଁ ଝାରଖଣ୍ଡରେ ରହିଥିଲେ ପ୍ରେମଶଙ୍କର । କିନ୍ତୁ କେରଳ ଆସିବା ପରେ ସ୍ନେହାଙ୍କ ଜୀବନରେ ଅ।।ରମ୍ଭ ହୋଇଥିଲା ସବୁଠାରୁ କଷ୍ଟଦାୟକ ଯାତ୍ରା । ବଞ୍ଚିବା ପାଇଁ ପୁଣିଥରେ ପରଟା ବିକ୍ରି କରିବା ଆରମ୍ଭ କରିଥିଲେ ସ୍ନେହା । କିନ୍ତୁ ତିନି ମାସ ବନ୍ଦ ରହିବା ପରେ ଗ୍ରାହକ ମାନେ କମ ଆସୁଥିଲେ ତାଙ୍କ ଦୋକାନକୁ । କିନ୍ତୁ ଏତିକିରେ ମଧ୍ୟ ହାର ମାନିନଥିଲେ ସ୍ନେହା । ପୂରାଦିନ ପାଠ ପଢିବା ସହ ସଂଧ୍ୟା ନଇଁବା ପରେ ଆଳୁ ପରଟା ବିକ୍ରି କରୁଥିଲେ ସ୍ନେହା । ତାଙ୍କ କହିବା ଅନୁଯାୟୀ କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ୱାସ ବଳରେ ଜଣେ ସଫଳତାର ଶିଖରରେ ପହଞ୍ଚିପାରିବ ।

ଏହାବାଦ ସ୍ନେହା କହିଛନ୍ତି, ଶିକ୍ଷା ହିଁ ତାଙ୍କ ଜୀବନର ମୂଳ ଲକ୍ଷ୍ୟ ।ଏଥିପାଇଁ ସରକାରୀ ଚାକିରି ମଧ୍ୟ ସେ ଛାଡିଛନ୍ତି । ଏହି ପିଏଚଡି ଶିକ୍ଷା ସମାପ୍ତ କରିବା ପାଇଁ ସେ ସବୁପ୍ରକାର କଷ୍ଟ ସହିଛନ୍ତି । ଶିକ୍ଷାକୁ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରିଛି ତେଣୁ ଯେତେ କଷ୍ଟ ଆସୁ ପଛେ ପିଏଚଡି ଶେଷ କରିବା ତାଙ୍କ ଲକ୍ଷ୍ୟ ବୋଲି ସ୍ନେହା କହିଛନ୍ତି । ପିଏଚଡି ଛାତ୍ରୀ ହୋଇଥିବାରୁ ରାସ୍ତା କଡରେ ପରଟା ବିକ୍ରି କରିବା ତାଙ୍କୁ ଶୋଭା ଦେଉନାହିଁ ବୋଲି ଅନେକ ଲୋକ ତାଙ୍କୁ କହିଛନ୍ତି । କିନ୍ତୁ ଅଧିକାଂଶ ସାଙ୍ଗସାଥୀ ତାଙ୍କୁ ଏପରି କରିବା ପାଇଁ ପୋତ୍ସାହିତ ମଧ୍ୟ କରିଛନ୍ତି । ଏପରିକି କିଛି ଲୋକ ତାଙ୍କୁ କେବଳ ପୋତ୍ସାହିତ କରିବା ପାଇଁ ଏଠାକୁ ଖାଇବାକୁ ଆସିଥାନ୍ତି । ପରଟା ବିକ୍ରି କରିବାକୁ ନେଇ ସେ କେବେ ଲଜ୍ଜା ଅନୁଭବ କରିନାହାନ୍ତି ବୋଲି କୁହନ୍ତି ସ୍ନେହା । ଏହି ସମ୍ବଳକୁ ପାଥେୟ କରି ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି ଦୃଢ ଆଶାବାଦୀ ଅଛନ୍ତି ।