ମହିଳା ବନ କର୍ମଚାରୀଙ୍କ ମହାନତା ! ନିଜେ ଚେଷ୍ଟା କରି ଆଦିବାସୀ ଅଂଚଳରେ ତିଆରି କରାଇଲେ ୫୦୦ ଶୌଚାଳୟ

51

ଆମ ଦେଶ ଭାରତରେ ଶୌଚାଳୟ ଏକ ପ୍ରମୁଖ ସମସ୍ୟା । ରିପୋର୍ଟ ଅନୁସାରେ ଦେଶରେ ଆଜି ବି ଜନସଂଖ୍ୟାର ଏକ ବଡ଼ ଅଂଶ ଶୌଚାଳୟ ବ୍ୟବହାର କରନ୍ତି ନାହିଁ । ଏଥିପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଅନେକ ଏନଜିଓ , ସଂଗଠନ ମଧ୍ୟ କାମ କରୁଛନ୍ତି । କିନ୍ତୁ ସୁଧୁରିପାରୁନି ସ୍ଥିତି । ଲୋକେ ଏବେ ବି ସଚେତନ ହୋଇନାହାନ୍ତି । ଏବଂ ଶୌଚ ପାଇଁ ବହାରକୁ ଯାଉଛନ୍ତି । ତେବେ ଆଜି ଆମେ ଜଣେ ଏପରି ମିହିଳାଙ୍କ ବିଷୟରେ ଆଲୋଚନା କରିବା ଯିଏ ଏକୁଟିଆ ୫୦୦ ଶୌଚାଳୟ ତିଆରି କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ସେ ଏଥିପାଇଁ ବର୍ଷ ବର୍ଷ ସମୟ ନେଇନାହାନ୍ତି । ମାତ୍ର ୩ ମାସରେ ଏସବୁ କରି ଦେଖାଇଛନ୍ତି ।

ମହିଳା ଜଣକ ହେଲେ ଜଣେ ବନ ଅଧିକାରୀ । ସେକ୍ସନାଲ ଫରେଷ୍ଟ ଅଫିସର ପିଜି ସୁଧା ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏପରି କରିଛନ୍ତି । ସୁଧା ଏକୁଟିଆ କେରଳର ଏର୍ଣ୍ଣାକଲମ ଜିଲ୍ଲାର ୯ଟି ଆଦିବାସୀ ଅଂଚଳରେ ୫୦୦ଟି ଶୌଚାଳୟ ତିଆରି କରିଛନ୍ତି । ସୁଧା ୧୬ ବର୍ଷ ପୂର୍ବରୁ ରାଜ୍ୟ ବନ ବିଭାଗ ସହ ଯୋଡ଼ି ହୋଇଥିଲେ । ସେ ନିଜେ ଆଦିବାସୀ ଅଂଚଳରୁ ଆସିଥିବାରୁ ଏପରି ଅସୁବିଧା ସହ ଅବଗତ ଅଛନ୍ତି । ତେଣୁ ଲୋକଙ୍କୁ ସଚେତନ କରିବାପାଇଁ ସେ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ୨୦୦୬ରେ ତାଙ୍କୁ ଶ୍ରେଷ୍ଠ ଫରେଷ୍ଟଗାର୍ଡ଼ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

toilet

ତେବେ ଏହି କାମ ତାଙ୍କ ପାଇଁ ସହଜ ନଥିଲା । କୌଣସି ଠିକାଦାରଙ୍କୁ ଏନେଇ ସାହାଯ୍ୟ ମାଗିଲେ ସେମାନେ ରୋକଠୋକ ମନା କରିଦେଉଥିଲେ । କାରଣ ଆଦିବାସୀ ଅଂଚଳକୁ ରାସ୍ତା ଭଲ ନଥିଲା , ତେଣୁ ଜିନିଷ ନେବା ଆଣିବା ପାଇଁ ବେଶ୍ ଅସୁବିଧା ହେଉଥିଲା । ତେବେ ଏଥିରେ ହାରିଯାଇନଥିଲେ ସୁଧା । ମନକୁ ଟାଣ କରି କାମ ଆରମ୍ଭ କଲେ । ସେ କହିଛନ୍ତି, ଏପରି ଅନେକ ସ୍ଥାନରେ ଶୌଚାଳୟ ତିଆରି କରାଇଛନ୍ତି, ଯେଉଁଠିକୁ ଯିବା ପାଇଁ ଘଂଟା ଘଂଟା ସମୟ ଲାଗୁଥିଲା । ଆଉ ପାଦରେ ଯିବା ପାଇଁ ପଡ଼ୁଥିଲ । ଆଉ ସେହି ସ୍ଥାନରେ ଶୌଚାଳୟ ତିଆରି କରିବା ପାଇଁ ଠିକାଦାର ୩ ଗୁଣା ଅଧିକ ଟଙ୍କା ନେଉଥିଲେ । ଏତେ ଅସୁବିଧା ଆସିବା ସତ୍ୱେ ସେ ଆଦିବାସୀ ଲୋକଙ୍କ ସହ ମିଶି ଏହି କାମକୁ ସାକାର କଲେ । ଅନେକ ଥର ତାଙ୍କୁ ଡଙ୍ଗାରେ ମଧ୍ୟ ଜନିଷ ନେବାଆଣିବା କରିବାକୁ ପଡ଼ୁଥିଲା । ତେବେ ତାଙ୍କର ଏହି ପରିଶ୍ରମ ବୃଥା ଯାଇନଥିଲା । ଅନେକ କଷ୍ଟ ସହି ସେ ଆଦିବାସୀ ଅଂଚଳରେ ୫୦୦ ଶୌଚାଳୟ ତିଆରି କରି ସଫଳତା ହାସଲ କରିପାରିଛନ୍ତି ।