ଖୁସି ଖବର : ଇପିଏଫ କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ, କିନ୍ତୁ କରିବାକୁ ପଡିବ କେବଳ ଏତିକି କାମ

80

ପିଏଫ ଖାତାଧାରୀ ଓ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ପିଏଫ ଖାତାଧାରୀଙ୍କୁ ଏବେ ମିଳିବ ଅଧିକ ପେନସନ । ଏହା ପାଇଁ ଚାକିରୀ ସମୟରେ ଏକ ଛୋଟିଆ କାମ କରିବାକୁ ପଡିବ । ଏବେ ଚାକିରୀ ସମୟରେ ପିଏଫ ଖାତାଧାରୀ ନିଜ ନିଜର ଅଂଶଦାନ ବଢ଼ାଇ କି ଅବସର ପରେ ଅଧିକ ପେନସନର ଲାଭ ଉଠାଇପାରିବେ । ଏହି ବିକଳ୍ପ ଏବେ ସମସ୍ତ ପିଏଫ ଖାତାଧାରୀଙ୍କ ପାଇଁ ଖୋଲାଯାଇପାରିବ । ଇପିଏଫର ଆସନ୍ତା ବୈଠକରେ ବୋର୍ଡ ଏହି ବିଷୟରେ ନିଷ୍ପତ୍ତି ନେବ । ଖବର ମୁତାବକ, ଏକଜିମିଟେଡ ଟ୍ରଷ୍ଟର ପିଏଫ ଖାତାଧାରୀଙ୍କୁ ଏହି ସୁବିଧା ମିଳୁନି । ଯଦି ଏହି ନିଷ୍ପତ୍ତି ମଂଜୁର ହୋଇଯାଏ , ତେବେ ଟ୍ରଷ୍ଟର ପିଏଫ ଖାତାଧାରୀଙ୍କର ଅଧିକ ଅଂଶଦାନ କରି ଅବସର ପରେ ପେନସନର ଲାଭ ଉଠାଇପାରିବେ ।

 

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଇପିଏଫର ନିୟମ ମୁତାବକ ପିଏଫ ଖାତାଧାରୀଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ଓ ସର୍ବାଧିକ ୭୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଦେବାର ନିୟମ ଅଛି । ଏବେ ଯଦି ଆଗାମୀ ବୈଠକରେ ଏହି ନିର୍ଣ୍ଣୟ ମଂଜୁର ହୋଇଯାଏ, ତେବେ କୋଟିଏ ଖାତାଧାରୀଙ୍କୁ ଅବସର ପରେ ପେନସନ ମିଳିବ । ଏମିତି ବି ଖବର ଶୁଣିବାକୁ ମିଳିଥିଲା ଯେ, ଇପିଏଫ କର୍ମଚାରୀଙ୍କ ଅଂଶଦାନକୁ ୧୨ ପ୍ରତିଶତରୁ ହ୍ରାସ କରି ୧୦ ପ୍ରତିଶତ ପର୍ଯ୍ୟନ୍ତ କରିପାରେ । ଏହାଦ୍ୱାରା ତାଙ୍କର ଟେକ ହୋମ ସ୍ୟାଲେରୀ ବଢ଼ି ଯାଇଥାନ୍ତା, କିନ୍ତୁ ପିଏଫ ରାଶି କମ ହୋଇଯାଇଥାନ୍ତା । ଏହି ନିଷ୍ପତ୍ତିକୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର କେନ୍ଦ୍ରୀୟ ନ୍ୟାସୀ ବୋର୍ଡ, କର୍ମଚାରୀ ଓ ନିୟୋଜକଙ୍କ ପାଇଁ ଯୋଗଦାନକୁ ହ୍ରାସ କରି ୧୦ ପ୍ରତିଶତ କରିବାର ପ୍ରସ୍ତାବକୁ ଖାରଜ କରିଦେଲେ । ଏବେ କର୍ମଚାରୀ ଓ ନିୟୋଜକ ମୂଳ ବେତନର ୧୨ ପ୍ରତିଶତ ଇପିଏଫରେ ଯୋଗଦାନ କରନ୍ତି ।