ସୁନ୍ଦରଗଡ଼ରେ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି । ଗୁଳି ଫୁଟାଇ ଭୟଭୀତ କରିବା ପରେ କ୍ୟାସ୍ କାଉଂଟରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ସୁନ୍ଦରଗଡ଼ରେ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି

288

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଧରୁଆଡିହି ଥାନା ଗଡ଼ିଆଜୋର ନିକଟ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଛି । ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ୫ ଜଣ ଯୁବକ ବାଇକରେ ଆସି ହଠାତ୍ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଗୁଳି ଫୁଟାଇ ଭୟଭୀତ କରି ପେଟ୍ରୋଲ ପମ୍ପ କ୍ୟାସ୍ କାଉଂଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଗୁଳି ମାଡରେ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି ପୋଲିସ ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପେଟ୍ରୋଲ ପମ୍ପ ବନ୍ଦ ହେବା ପାଇଁ ଯାଉଥିଲା । ତେବେ ସେହି ସମୟରେ ହଠାତ ଜଣେ ବ୍ୟକ୍ତି ଆସି ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲା । ଏହାପରେ ଗୋଟିଏ ରାଉଣ୍ଡ ଫାୟାରିଂ ମଧ୍ୟ କରିଥିଲା । ପରେ କ୍ୟାସ କାଉଣ୍ଟରରେ ଥିବା ଟଙ୍କା ଲୁଟି ନେଇଥିଲେ ବୋଲି ସେ କହିଛନ୍ତି । ଏହି ଘଟଣାରେ ପୋଲିସ ଅଧିକାରୀ କହିଛନ୍ତି ଯେ, ରାତିରେ ଏହି ଘଟଣା ହେବା ପରେ ପୋଲିସ ପହଞ୍ଚିଥିଲା । ହେଲେ କୌଣସି ସୂଚନା ବର୍ତମାନ ସମୟରେ ହସ୍ତଗତ ହୋଇପାରିନାହିଁ । କିନ୍ତୁ ପୋଲିସ ତଦନ୍ତ ଆରମ୍ଭ କରିଛି ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ସେ କହିଛନ୍ତି ।